ଶାବର ଶ୍ରୀକ୍ଷେତ୍ରରେ ଶ୍ରୀଗୁଣ୍ଡିଚା ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ
କୋରାପୁଟ,(ହେମନ୍ତ ପାଣିଗ୍ରାହୀ): ଦକ୍ଷତା ବୃଦ୍ଧି ତାଲିମ କେନ୍ଦ୍ର ସଭାଗୃହ ଠାରେ କୋରାପୁଟ ଜିଲ୍ଲାପାଳ ଭି କିର୍ତ୍ତୀ ୱାସନଙ୍କ ଅଧ୍ୟକ୍ଷତାରେ ଶାବର ଶ୍ରୀକ୍ଷେତ୍ରରେ ଶ୍ରୀଗୁଣ୍ଡିଚା ରଥ ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜୁନ ମାସ ୨୭ତାରିଖ ଦିନ ଶ୍ରୀଗୁଣ୍ଡିଚା ଯାତ୍ରା ହେଉଥିବା ବେଳେ ୨୬ ତାରିଖ ଦିନ ନେତ୍ରୋତ୍ସବ ଓ ନବଜୌବନ ଦର୍ଶନ ପଡୁଥିବାରୁ ନିର୍ଦ୍ଧାରିତ ସମୟରେ ନୀତିକାନ୍ତି ଅନୁସାରେ କାର୍ଯ୍ୟ ସଂପୂର୍ଣ୍ଣ କରାଯିବ ବୋଲି ଭାପ୍ରାପ୍ତ ସଂପାଦକ ଭବାନୀ ଶଙ୍କର ମିଶ୍ର କହିଛନ୍ତି। ୧୯୭୨ ମସିହାରେ କୋରାପୁଟ ଶାବର ଶ୍ରୀକ୍ଷେତ୍ରରେ ଆରମ୍ଭ ହୋଇଥିବା ୨୦୧୮ ପର୍ଯ୍ୟନ୍ତ ଗୋଟିଏ ରଥରେ ଚତୁର୍ଦ୍ଧାମୂର୍ତ୍ତୀଙ୍କୁ ବସାଇ ରଥଯାତ୍ରା କରାଯାଉଥିଲା ମାତ୍ର ୨୦୧୯ ଠାରୁ ୩ଗୋଟି ରଥ କୋରାପୁଟ ବଡଡାଣ୍ଡରେ ଗଡୁଥିବା ବେଳେ ଚଳିତ ବର୍ଷ ମଧ୍ୟ ୩ଗୋଟି ରଥରେ ରଥଯାତ୍ରା ହେବ ବୋଲି ସେ କହିଛନ୍ତି।ଶାବର ଅଧୃସୂତ ଏହି ଭୂଇଁରେ ରଥ ଉପରେ ଛେରାପହଁରା କରନ୍ତି ଆଦିବାସୀ ଗାଁ ନାୟକ । ଅନୁରୂପ ଭାବେ ଏବର୍ଷ ୩ରଥରେ ଜିଲ୍ଲାର ୩କୋଣରୁ ୩ଜଣ ଆଦିବାସୀ ସେବକଙ୍କୁ ଛେରାପହଁରା ଦାୟିତ୍ୱ ଦିଆଯିବ ବୋଲି ସେ ମତ ରଖିଛନ୍ତି । ରଥଯାତ୍ରାରୁ ବାହୁଡା ପର୍ଯ୍ୟନ୍ତ କିପରି ଶାନ୍ତିଶୃଙ୍ଖଳା ସହ କିପରି ନବଦିନାତ୍ମକ ଯାତ୍ରା ଅନୁଷ୍ଠିତ ହେବ ଏବଂ କେଉଁ ବିଭାଗ କିପରି ଭାବେ ଦାୟିତ୍ୱ ତୁଲାଇବେ ତାହା ସହ ସ୍ୱଚ୍ଚତା,ପାନୀୟ ଜଳ,ଅସ୍ଥାୟୀ ଫାଣ୍ଡି,ବିଦ୍ୟୁତ ସେବା ଓ ଓଡ୍ରାଫ ଇତ୍ୟାଦି ଉପରେ ବିଷଦ ଆଲୋଚନା ହୋଇଥିବା ଜିଲ୍ଲାପାଳ ଶ୍ରୀ ୱାସନ କହିଛନ୍ତି । ସ୍ନାନପୂର୍ଣ୍ଣିମା ଠାରୁ ନିଳାଦ୍ରୀବିଜେ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ କିପରି ଶୃଙ୍ଖଳିତ ଭାବରେ ସମାପନ ହେବ ତାହା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଛି ।ରଥଯାତ୍ରା ଦିନ ସୁଭଦ୍ରାଙ୍କର ପହଣ୍ଡି ଠାରୁ ସମସ୍ତ କାର୍ଯ୍ୟ ମହିଳାଙ୍କ ଦ୍ୱାରା ସମ୍ପାଦନ କରାଯିବ ବୋଲି ବୈଠକରେ ନିଷ୍ପତି ନିଆଯାଇଛି ।ଆଜିର ବୈଠକରେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି, କୋରାପୁଟ ବିଧାୟକ ରଘୁରାମ ମାଛ, କୋରାପୁଟ ପୌର ପରିଷଦ ଅଧ୍ୟକ୍ଷ ଲଲାଟ ରଞ୍ଜନ ସେଠୀ, ଅତିରିକ୍ତ ଜିଲ୍ଲାପାଳ ଦେବୀ ପ୍ରସାଦ ମହାନ୍ତି,କୋରାପୁଟ ଉପ ଜିଲ୍ଲାପାଳ ପ୍ରେମଲାଲ ହିଆଲ ,ଜିଲ୍ଲା ସଂସ୍କୃତି ଅଧିକାରୀ ପ୍ରିତିସୁଧା ଜେନାଙ୍କ ସମେତ ମନ୍ଦିର ପରିଚାଳନା ସଂସ୍ଥାର କର୍ମକର୍ତ୍ତା ଓ ବୁଦ୍ଧିଜୀବି ମାନେ ଉପସ୍ଥିତ ଥିଲେ । ସୂଚନାଥାଉକି ଜୁନ ମାସ ୧୧ତାରିଖରେ ଦେବସ୍ନାନ ପୂଣ୍ଣ୍ରିମା ଓ ଜୁନ ମାସ ୨୭ ତାରିଖ ଦିନ ପୁଲିସ ମହାପ୍ରଭୁଙ୍କ ରଥଯାତ୍ରାରେ ସକାଳ ୯ଟା ୪୦ରେ ପହଣ୍ଡି ଆରମ୍ଭ ହେବ ଏବଂ ଦିବା ୧ ଘଟିକା ୫ ମିନିଟରେ ରଥଟଣା ହେବ ବୋଲି ଜଣାପଡିଛି।