ଶାଳଜଙ୍ଗା ସିଦ୍ଧେଶ୍ୱରଙ୍କ ପୀଠରେ ଶିବ ବିବାହ
ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ନାଉଗାଁ ବ୍ଲକ ଶାଳଜଙ୍ଗାସ୍ଥିତ ଶୈବପୀଠ ସିଦ୍ଧେଶ୍ୱରଙ୍କ ମନ୍ଦିର ପରିସରରେ ଶୀତଳଷଷ୍ଠୀ ଓ ଶିବ-ପାର୍ବତୀଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହୋଇଛି । ଗ୍ରାମର ସମସ୍ତ ଜନସାଧାରଣ ବରାନୁଗମନ ସହିତ ସାମିଲ ହୋଇଥିଲେ । ବାଟବରଣ ସହିତ ବୈଦିକ ରୀତିନୀତି ଅନୁଯାୟୀ ଦେବ ଦମ୍ପତିଙ୍କ ବିବାହ କାର୍ଯ୍ୟ ସମ୍ପନ୍ନ କରାଯାଇଥିଲା । ଅଶୋକ ମହାପାତ୍ର କନ୍ୟା ପିତା ଭାବେ କନ୍ୟା ଦାନ କରିଥିବା ବେଳେ ସନ୍ତୋଷ ସ୍ୱାଇଁ ବର ପିତା ଭାବେ କାର୍ଯ୍ୟ ସମ୍ପାଦାନ କରିଥିଲେ । କାର୍ଯ୍ୟକ୍ରମକୁ ଗ୍ରାମବାସୀ ଶାନ୍ତିଶୃଙ୍ଖଳାର ସହିତ ଉତ୍ସବ ପରିଚାଳନା କରିଥିଲେ ।


