ଶାଳଣିଆଁରେ ବିଜୁବାବୁଙ୍କ ଜୟନ୍ତୀ
ହାଟଡ଼ିହି : ଶାଳଣିଆଁ ପଞ୍ଚାୟତରେ ପ୍ରବାଦ ପୁରୁଷ ବିଜୁବାବୁଙ୍କ ଜୟନ୍ତୀ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ବିଜେଡି ସଭାପତି ତଥା ଜିଲ୍ଲାପରିଷଦ ସଦସ୍ୟ ସୁରେନ୍ଦ୍ର କୁମାର ଜେନାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଉତ୍ସବରେ ପୁର୍ବତନ ଜିଲ୍ଲା ବିଜେଡି ସଭାପତି ବିମ୍ବାଧର ବିଶ୍ୱାଳ, ପୁର୍ବତନ ପୌରାଧ୍ୟକ୍ଷ ଶାନ୍ତନୁ କୁମାର ସେଠୀ, ୩୭ନଂ ଜୋନ ଜିଲ୍ଲାପରିଷଦ ସଦସ୍ୟା ପ୍ରଣତୀ ଦେଓ, ପୁର୍ବତନ ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ବ୍ଲକ ଉପାଧ୍ୟକ୍ଷ ନରେନ୍ଦ୍ର ନାୟକ, ପୁର୍ବତନ ବ୍ଲକ ସଭାପତି ଅକ୍ଷୟ କୁମାର ବରାଳ, ବରିଷ୍ଠ ବିଜେଡି ନେତା ମାର୍କଣ୍ଡ ଚରଣ ଓଝା, ଶାଳଣିଆଁ ସରପଞ୍ଚ ଶ୍ରୀଧର ବେହେରା, ଗେଡମା ସରପଞ୍ଚ ଆନନ୍ଦ ଚନ୍ଦ୍ର ମହାନ୍ତି, ସଡଙ୍ଗ ସରପଞ୍ଚ ସ୍ୱର୍ଣ୍ଣପ୍ରଭା ଜେନା, ସମଣା ସରପଞ୍ଚ ପତିତପାବନ ନନ୍ଦ, ଶାସଙ୍ଗ ପଞ୍ଚାୟତର ବିଜେଡି ସଭାପତି ଇଂ ରବିନ୍ଦ୍ର କୁମାର ସାହୁ, ରମ୍ପାସ ସରପଞ୍ଚଙ୍କ ପ୍ରତିନିଧି ବଳରାମ ସାହୁ, ସମାଜସେବୀ ଯୋଗେନ୍ଦ୍ର ବେହେରା, ବିରେନ୍ଦ୍ର କୁମାର ବିଶ୍ୱାଳ, ବ୍ରଜ କିଶୋର ଜେନା, ଅଶୋକ ଦାସ, ବରିଷ୍ଠ ଆଇନିଜିବୀ ରଙ୍ଗାଧର ମଲ୍ଲିକ, ଧବଳେଶ୍ୱର ପଟ୍ଟନାୟକ, ପ୍ରତାପ ଦେଓ, ହାବଳେଶ୍ୱର ସରପଞ୍ଚଙ୍କ ପ୍ରତିନିଧି ଅମୁଲ୍ୟ ହାତୀ, ଡଅଁର ସରପଞ୍ଚଙ୍କ ପ୍ରତିନିଧି ମଦନ ସାନ୍ତାଳ, ଦାମୋଦର ଘଡେଇ, ପୁର୍ବତନ ସରପଞ୍ଚ ପ୍ରଭାକର ଜେନା ପ୍ରମୁଖ ଯୋଗଦେଇ ବିଜୁବାବୁଙ୍କ କର୍ମମୟ ଜୀବନ ଉପରେ ଆଲୋକପାତ କରିବା ସହିତ ବିଜୁ ବାବୁଙ୍କ ନାମର ଚାଲିଥିବା ବିଭିନ୍ନ ସରକାରୀ ଯୋଜନାର ସଫଳ ରୁପାୟନ ଦିଗରେ ଆଲୋଚନା କରିଥିଲେ । ପ୍ରାରମ୍ଭରେ ଶାଳଣିଆଁ ଡାକ୍ତରଖାନା ପରିସରରେ ଥିବା ବିଜୁବାବୁଙ୍କ ପ୍ରତିମୁର୍ତ୍ତୀରେ ମାଲ୍ୟାର୍ପଣ କରିବା ସହିତ ଡାକ୍ତରଖାନା ପରିସରରେ ଚାରା ରୋପଣ କରାଯାଇଥିଲା । ପରେ ଡାକ୍ତରଖାନାରେ ଥିବା ରୋଗୀ ମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା । ପରେ ସଭାମଞ୍ଚ ନିକଟରେ ବିଜୁବାବୁଙ୍କ ଜନ୍ମଦିନ କେକ୍ କଟାଯାଇ ସର୍ବସାଧାରଣଙ୍କୁ ବଣ୍ଟନ କରାଯାଇଥିଲା । ପରେ ମଠସ୍ଥିତ ବିଷ୍ଣୁପ୍ରୀୟା ବଳାଶ୍ରମରେ ଅନାଥ ଶିଶୁ ମାନଙ୍କୁ ଖାଦ୍ୟପେୟ ବଣ୍ଟନ କରାଯାଇଥିଲା ।
ସୁଧାକର ଓଝା, ଗୌରାଙ୍ଗ ରଣା, ଯୋଗେନ୍ଦ୍ର ବେହେରା, ଉମାକାନ୍ତ ଜେନା, ବୈଦ୍ୟନାଥ ସାମଲ, ଶତୃଘ୍ନ ପାତ୍ର, ରବିନ୍ଦ୍ର ନାୟକ, ନରୋତ୍ତମ ସତପଥି, ବ୍ରଜ କିଶୋର ଜେନା, ଗଦାଧର ଜେନା, ଧୁଶାସନ ସାହୁ, ରଞ୍ଜନ ପହି, ପ୍ରଦୀପ ସେଠୀ, ସରୋଜ ନାୟକ, ଶିଶିର କୁମାର ବେହେରା, ରମାକାନ୍ତ ନାୟକ, ଦିପ୍ତୀ ରଞ୍ଜନ ଦାସ, ଭୀମସେନ ପେରେଇ, ସୁଦର୍ଶନ ମଲ୍ଲିକ, ସୁଶାନ୍ତ ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ୩୦ଟି ଯାକ ପଞ୍ଚାୟତରୁ ବିଜେଡି କର୍ମୀମାନେ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।