ହାଟଡିହିରେ ବ୍ଲକସ୍ତରୀୟ ପଞ୍ଚାୟତରାଜ ଦିବସ

ହାଟଡ଼ିହି :, ବ୍ଲକ କାର୍ଯ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ପଞ୍ଚାୟତରାଜ ଦିବସ ପାଳିତ ହୋଇଯାଇଛି । ବିଡିଓ ଜୟଦେବ ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ପଞ୍ଚାୟତରାଜ ଦିବସରେ ବ୍ଲକ ଅଧ୍ୟକ୍ଷା ସଞ୍ଜୁଲତା ବିଶ୍ୱାଳ, ଉପାଧ୍ୟକ୍ଷ ନରେନ୍ଦ୍ର କୁମାର ନାୟକ, ଜିଲ୍ଲାପରିଷଦ ସଦସ୍ୟା ଜୟାପ୍ରଦା ସା, ଶାସଙ୍ଗ ପଞ୍ଚାୟତର ସରପଞ୍ଚ ବିମ୍ବାଧର ବିଶ୍ୱାଳ, ସମାଜସେବୀ କାମପାଳ ନାୟକ ପ୍ରମୁଖ ଯୋଗଦେଇ ବିଜୁବାବୁଙ୍କ ଜୀବନ ଆଦର୍ଶ ଉପରେ ଆଲୋକପାତ କରିବା ସହିତ ପଞ୍ଚାୟତରାଜ ଦିବସ ପାଳନର ମହତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ । ପ୍ରାରମ୍ଭରେ ବିଜୁବାବୁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ବିଜୁବାବୁଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସହକାରୀ ଯନ୍ତ୍ରୀ ସୁକାନ୍ତ କୁମାର ନାୟକ, ଜଳ ଓ ପରିମଳ ବିଭାଗ ଯନ୍ତ୍ରୀ ଉତ୍ସବଚନ୍ଦ୍ର ଜେନା, କନିଷ୍ଠଯନ୍ତ୍ରୀ ଜ୍ୟୋତିପ୍ରକାଶ ସାମନ୍ତରାୟ, ରବିନ୍ଦ୍ର କୁମାର ସୋରେନ, ଲାଖାଇ ମୁର୍ମୁ, ସୁପ୍ରଭା ପ୍ରଧାନ, ଶ୍ରଦ୍ଧାଞ୍ଜଳୀ ସାହୁ, ମୁଖ୍ୟ କିରାଣି ହରକୁମାର ନାୟକ, ହରେକୃଷ୍ଣ ପ୍ରଧାନ, ଜିପିଓ ନବୀନ ନାୟକ, ପିିଓ ନରହରି ନାୟକ, ଏସିପି ପ୍ରଶାନ୍ତ ସେଠୀଙ୍କ ସହିତ ସମସ୍ତ ବ୍ଲକ କର୍ମଚାରୀ ଓ ବିଭିନ୍ନ ପଞ୍ଚାୟତରୁ ଆସିଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ଉପସ୍ଥିତ ଥିଲେ । ବିନୋଦ ସାହୁ, ସୁଦର୍ଶନ ଘଡେଇ, ଭଗବାନ ସେଠୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ