ଶାଳଣିଆଁ ଆଞ୍ଚଳିକ ସାଧାନକେନ୍ଦ୍ର ପକ୍ଷରୁ ଶିଶୁ ମହୋତ୍ସବ ସୁଭରଭି

ହାଟଡ଼ିହି, (ବିକାଶ ବିଶ୍ୱାଳ):ଆଞ୍ଚଳିକ ସାଧନକେନ୍ଦ୍ର ଶାଳଣିଆଁ ପକ୍ଷରୁ ଶାଳକଣିଆ ଠାରେ ଶିଶୁ ମହୋତ୍ସବ ସୁରଭୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ କ୍ଲଷ୍ଟରର ସମସ୍ତ ବିଦ୍ୟାଳୟରୁ ଶତାଧିକ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗୀତା ମାନ ଅନୁଷ୍ଠିତ ହୋଇଥିଲା । କ୍ଲଷ୍ଟରର ସଂଯୋଜକ ଯତିବ୍ରତ ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହାର ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ବ୍ଲକ ଶିକ୍ଷା ଅଧିକାରୀ ଧନେଶ୍ୱର ଖଣ୍ଡେଇ, ସମ୍ମାନୀତ ଅତିଥି ଭାବେ ବି.ଆର.ସି.ସି ସୁରେଶ କୁମାର ଯେନା, ପ୍ରଧାନ ଶିକ୍ଷକ ଦୀନବନ୍ଧୁ ପଢ଼ିଆରୀ, ମଣ୍ଟୁ ଜେନା, ପ୍ରଦୀପ କୁମାର ନାୟକ, ଏସଏମସି ସଭାପତି ପ୍ରଶାନ୍ତ ମଲ୍ଲିକ ପ୍ରମୁଖ ଯୋଗଦେଇ କୃତ୍ତି ପ୍ରତିଯୋଗୀ ମାନଙ୍କୁ ପ୍ରମାଣପତ୍ର ସହ ପୁରସ୍କୃତ କରିଥିଲେ । ରାଜେଶ ସାହୁ, ବ୍ରଜ କିଶୋର ସ୍ୱାଇଁ, ସନ୍ଧ୍ୟାରାଣୀ ପେରେଇ, ରବିନାରାୟଣ ରଣା, ଗୀତାଞ୍ଜଳୀ ସା ପ୍ରମୁଖ ଶିକ୍ଷକ ଶିକ୍ଷୟତ୍ରୀ ମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ