ଶାଳଣିଆଁ ବଜାରରେ ପିଟାପିଟି, ଦୁଇ ଆହତ

ହାଟଡିହିି, (ବିକାଶ ବିଶ୍ୱାଳ):ଶାଳଣିଆଁ ବଜାରଟି ଦିନକୁ ଦିନ ଅଶାନ୍ତ ହୋଇ ଉଠୁଛି । ଗତକାଲି ସନ୍ଧ୍ୟାରେ ବାଲି ଗାଡି ଚଳାଚଳକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ପିଟାମରା ହୋଇଥିବାବେଳେ ଆଜିସକାଳେ ଦୁଇ ଗୋଷ୍ଠୀ ମଧ୍ୟରେ ପିଟାମରା ଲାଗି ଦୁଇଜଣ ଆହତ ହୋଇଛନ୍ତି । ସୁଚନାରୁ ଜଣାଯାଇଛି ଯେ ଗତକାଲି ଏଲକଣିଆ ଗ୍ରାମର କିଛି ବ୍ୟକ୍ତି ବାଲି ଗାଡି ଚଳାଚଳକୁ ବିରୋଧ କରିବାରୁ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ବଚସା ହୋଇ ସଂଘର୍ଷ ଘଟିଥିଲା । ଏନେଇ ଥାନାରେ ଅଭିଯୋଗ ମଧ୍ୟ ହୋଇଥିଲା । ଆଜି ସକାଳେ ଏଲକଣିଆଁ ଗ୍ରାମର ଜଗା ସାହୁ ବଜାରକୁ ଯାଇଥିବାବେଳେ ବିଷ୍ଣୁପୁର ଗ୍ରାମର କାଠିଆ ବେହେରାଙ୍କ ସହ ପାଟିତୁଣ୍ଡ ହୋଇ ଉଭୟ ପିଟାପରା ଲାଗିଥିଲେ । ଏଥିରେ ଜଗା ସାହୁଙ୍କ ମୁଣ୍ଡଫାଟି ପ୍ରବଳ ରକ୍ତଶ୍ରାବ ହୋବରୁ ତାଙ୍କୁ ଶାଳଣିଆଁ ଡାକ୍ତରଖାନାରେ ଭତ୍ତି କରାଯାଇଥିଲା । ସେହିପରି କାଠିଆ ମଧ୍ୟ ଆହତ ହୋଇଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ