୫ମାସ ହେଲା ଭତ୍ତାଟଙ୍କା ଉଠାଇ ପାରୁ ନାହାନ୍ତି ବୃଦ୍ଧ
ହାଟଡିହିି, (ବିକାଶ ବିଶ୍ୱାଳ):ଆଗରୁ ଭତ୍ତା ଟଙ୍କା ଠିକ ଭାବରେ ପାଉଥିଲେ । କିନ୍ତୁ ଏବେ ବୃାଙ୍କକୁ ଭତ୍ତା ଟଙ୍କା ଯିବାପରେ ବ୍ୟାଙ୍କ କର୍ତ୍ତୁପକ୍ଷ ଭତ୍ତା ଟଙ୍କା ଉଠାଇ ଦେଉ ନଥିବାରୁ ବୃଦ୍ଧ ଜଣକ ବାର ଦୁଆର ହେଉଛନ୍ତି । ଏପରି ଅଭିଯୋଗ କରିଛନ୍ତି ହାଟଡିହି ବ୍ଲକ ମଉଦା ଗ୍ରାମର କରୁଣାକର ଜେନା । ୬୮ବର୍ଷୀୟ ବୃଦ୍ଧ କରୁଣାକରଙ୍କ ଅଭିଯୋଗ ଅନୁଯାଇ ସେ ପୁର୍ବରୁ ଠିକ ଭାବରେ ଭତ୍ତା ପାଉଥିଲେ । କିନ୍ତୁ ସୋସୋ ଗ୍ରାମ୍ୟ ବ୍ୟାଙ୍କକୁ ଭତ୍ତା ଟଙ୍କା ଯିବାପରେ ବ୍ୟାଙ୍କ କର୍ତ୍ତୁପକ୍ଷ ଟଙ୍କା ଉଠାଇ ଦେଉ ନାହାନ୍ତି । କହୁଛନ୍ତି ଯେ ତୁମର ଲୋନ ଅଛି ତେଣୁ ଟଙ୍କା ଦିଆଯିବନି । ଏନେଇ ବୃଦ୍ଧ ଜଣକ ବାରଦୁଆର ହୋଇ ସହାୟତା ଲୋଡୁଛନ୍ତି । ବ୍ୟାଙ୍କ ଖାତାରେ ତାଙ୍କ ଏକାଉଣ୍ଟକୁ ନିୟମିତ ଭତ୍ତା ଆସୁଥିବାବେଳେ ବ୍ୟାଙ୍କ କର୍ତ୍ତୁପକ୍ଷଙ୍କ ଏପରି ନିଷ୍ପତି ହେତୁ ବୃଦ୍ଧ ଜଣକ ଅର୍ଦ୍ଧାହାରରେ ଦିନ କାଟୁଛନ୍ତି ବୋଲି କହିଛନ୍ତି । ଭତ୍ତା ଟଙ୍କାକୁ ଯଦି ଲୋନ ବାବଦ କାଟି ରଖିବେ ତେବେ ବୃଦ୍ଧ ଜଣକ କିପରି ଚଳିବେ ବୋଲି ପ୍ରଶ୍ନ କରିଛନ୍ତି । ଆନନ୍ଦପୁର ଉପଜିଲ୍ଲାପାଳ ଏନେଇ ପଦକ୍ଷେପ ନେବାକୁ ସେ ନିବେଦନ କରିଛନ୍ତି ।


