ଶାଳବଣ ସାହିତ୍ୟ ସଂସଦର ରଜତ ଜୟନ୍ତୀ ପାଳିତ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ବନବାସୀ ସେବା ସମିତି ପରିସରରେ ଟାଉନର ଅଗ୍ରଣୀ ସାହିତ୍ୟ ସଂସଦ ଶାଳବଣ ସାହିତ୍ୟ ସଂସଦର ରଜତ ଜୟନ୍ତୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ବନବାସୀ ସେବା ସମିତିର ସଂପାଦକ ଉତ୍ସବ ଚନ୍ଦ୍ର ଜେନା ଯୋଗଦେଇଥିବା ବେଳେ ଉତ୍କଳ ସମ୍ମିଳନୀ ଉପ ସଭାପତି କୈ।ଶିକ ସାହୁ ମୁଖ୍ୟ ବକ୍ତା ଭାବେ, ଫୁଲବାଣୀର ଇତିହାସ ଅଧ୍ୟାପକ ଡ଼.ସୁଜିତ୍ କୁମାର ପଣ୍ଡା, ସମ୍ମାନିତ ଅତିଥି ଭାବେ ରବୀନ୍ଦ୍ର କୁମାର ପଣ୍ଡା ସହ ସମ୍ପାଦକ ବନବାସୀ ସେବା ସମିତି ସମ୍ମାନିତ ଆଲୋଚକ ଡ଼ ସୁରେଶକୁମାର ପଣ୍ଡା ଭଞ୍ଜନଗର ସଂସଦର ସମ୍ପାଦକ ରବୀନ୍ଦ୍ରନାଥ ରଥ ସଭାପତି ଡ଼ ମଧୁସୂଦନ ମହାପାତ୍ର ବକ୍ତବ୍ୟ ରଖିଥିଲେ।କୁରେଇ ର ମୁଖ୍ୟ ସମ୍ପାଦକ ଡ଼ ବିଭୂତି ଭୂଷଣ ଆଚାର୍ଯ୍ୟ ମୁଖପତ୍ର ଉନ୍ମୋଚନରେ ଉପସ୍ଥିତ ଥିଲେ । ଇତ୍ୟବସରରେ ପ୍ରହ୍ଲାଦପ୍ରସାଦ ଲେଙ୍କା ଡ ସୁରେଶକୁମାର ପଣ୍ଡା ଡ଼ ସୁଜିତ୍ କୁମାର ପଣ୍ଡା ଙ୍କୁ ସମ୍ମାନିତ କରାଯାଇଛି। ସ୍ନେହଲତା ମାଝୀ ଙ୍କ କବିତା ସଙ୍କଳନ ଉନ୍ମୋଚିତ ହୋଇଥିଲା। ଅପରାହ୍ନରେ ସସ୍ମିତା ପଣ୍ଡା, ଦୀପ୍ତିମୟୀ ରଥ ସ୍ୱାଗତିକା ସାହୁଙ୍କ ବଳିଷ୍ଠ ସଂଯୋଜନାରେ ବଳରାମ ଗୈ।ଡ଼ ବିଦେଶୀ ନାୟକ, ପ୍ରଦୀପ କହଁର, କୁମୁଦିନୀ ମହାରଣା, ବିଶ୍ଵଜିତ ଜେନା, ସତ୍ୟନାରାୟଣ ତ୍ରିପାଠୀ, ପ୍ରତ୍ୟୁଷ ରଞନ ଶତପଥୀ,ମିହିର ପାଢ଼ୀ, ସୁଲୋଚନା କହଁର ପ୍ରମୁଖ ଉପସ୍ଥିତ ରହି ସ୍ବରଚିତ କବିତାମାନ ପାଠ କରିଥିଲେ। କୈଳାଶ ଚନ୍ଦ୍ର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ବନବାସୀ ସେବା ସମିତି ଅନ୍ତେବାସୀ ସ୍ଵାଗତ ସଙ୍ଗୀତ ପରିବେଷଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ