ଶାଳୀକୁ ମାରିଦେଲା ଭିଣୋଇ

ବୁଗୁଡା, (ଅନିଲ କୁମାର ମହାରଣା):ନିଜ ଶାଳୀ ସହ ଭିଣୋଇ ଅନୈତିକ ସଂପର୍କ ରଖିବା ଦ୍ୱାରା ଶାଳୀ ହୋଇଥିଲେ ଗର୍ଭବତୀ। ଛଅ ମାସର ଗର୍ଭ ହୋଇଯାଇଥିବା ଯୋଗୁଁ ଡାକ୍ତର ଗର୍ଭପାତ ହୋଇପାରିବ ମନା କରିଥିଲେ। ଶାଳୀକୁ ଧରି ବ୍ରହ୍ମପୁରରୁ ନିଜ ଗ୍ରାମ ଜଗନ୍ନାଥ ପ୍ରସାଦ ଥାନା ଅନ୍ତର୍ଗତ ବରକୋଳିଆ ଗ୍ରାମକୁ ସନ୍ଧ୍ୟା ସମୟରେ ଫେରିଥିଲା ଭିଣେଇ। ଗ୍ରାମର ଧୋବାତଇଲା ନିକଟ ଏକ ପରିତ୍ୟକ୍ତ କୂଅ ନିକଟରେ ନିଜର ସ୍ୱାସ୍ଥ୍ୟ ଖରାପ ଅଭିନୟ କରି ନିଜର ଝାଳ ପୋଛିବାକୁ ଶାଳୀର ଚୁନି ମାଗିଥିଲା। ଶାଳୀ ଚୁନି ଦେବାପରେ ସେହି ଚୁନିରେ ଶାଳୀର ବେକରେ ଗୁଡେଇ ଶ୍ବାସରୁଦ୍ଧ କରି ମାରି ଉଲଗ୍ନ କରି ପରିତ୍ୟକ୍ତ କୂଅରେ ପକାଇ ଦେଇଥିଲା। ପରଦିନ ସକାଳେ ବିଡ଼ିପୁରରେ ବାଇକ ରଖି ଭୁବନେଶ୍ୱର ବସରେ ଚାଲିଯାଇଥିଲେ। ଅନ୍ୟପଟେ ବୁଗୁଡା ଥାନା ଅନ୍ତର୍ଗତ ମଙ୍ଗରାଜପୁର ଗ୍ରାମର ଗୋପାଳ ସାମଲ ନିଜର ସାନ ଝିଅ ବର୍ଷା ରାଣୀ ସାମଲ(୧୫) ନିଖୋଜ ହୋଇଥିବା ନେଇ ବୁଗୁଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସର ତଦନ୍ତ ଚାଲିଥିବା ବେଳେ ବରକୋଳିଆ ଗ୍ରାମର ଏକ ପରିତ୍ୟକ୍ତ କୂଅ ଭିତରେ ଗୋଟିଏ ଶବ ଭାସୁଥିବା ଲୋକମାନେ ଦେଖି ଜଗନ୍ନାଥପ୍ରସାଦ ଥାନାକୁ ଖବର ଦେଇଥିଲେ। ପୋଲିସ ଖବର ପାଇ ଦମକଳ ବାହିନୀ ଦ୍ୱାରା ଶବକୁ ଉଦ୍ଧାର କରିବା ପରେ ଏହା ମଙ୍ଗରାଜପୁର ଗ୍ରାମର ଦଶମ ଶ୍ରେଣୀରେ ପଢ଼ୁଥିବା ବର୍ଷା ରାଣୀ ସାମଲ ବୋଲି ଜଣାପଡିଥିଲା। ଖବର ପାଇ ବୁଗୁଡା ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ଶବ ବ୍ଯବଛେଦ ପାଇଁ ପଠାଇଥିଲେ। ବର୍ଷାଙ୍କ ବାପାଙ୍କୁ ଜେରା ସମୟରେ ବୁଗୁଡା ପୋଲିସକୁ କିଛି ସୁରାକ ମିଳିଥିଲା। ମୃତ ନାବାଳିକା ବର୍ଷା ରାଣୀଙ୍କ ବଡ ଭଉଣୀଙ୍କ ଶାଶୁଘର ଜଗନ୍ନାଥ ପ୍ରସାଦ ପୋଲିସ ଥାନା ଅନ୍ତର୍ଗତ ବରକୋଳିଆ ଗ୍ରାମ ହୋଇଥିବା ବେଳେ ବର୍ଷାରାଣୀଙ୍କ ଭିଣୋଇ ସନ୍ତୋଷ କୁମାର ଖଣ୍ଡେଇଙ୍କ ଅନୁପସ୍ଥିତ ପୋଲିସର ଆହୁରି ସନ୍ଦେହ ଘନୀଭୂତ ହୋଇଥିଲା। ସନ୍ତୋଷ ଖଣ୍ଡେଇଙ୍କ ମୋବାଇଲ ଟ୍ରାକ କରି ସବଇନ୍ସପେକ୍ଟର ସମୀର କୁମାର ସେଠୀଙ୍କ ନେତୃତ୍ୱରେ ପୋଲିସ ବାହିନୀ ବିଭିନ୍ନ ସ୍ଥାନ ଅନୁସନ୍ଧାନ କରି ସନ୍ତୋଷକୁ ଧରିବାରେ ସଫଳ ହୋଇଥିଲେ। ସନ୍ତୋଷକୁ ବୁଗୁଡା ଆଣି ଜେରା ସମୟରେ ସନ୍ତୋଷ ସମସ୍ତ ଘଟଣା ପ୍ରକାଶ କରିଥିଲା। ତଦନ୍ତ ଅଧିକାରୀ ଭାବେ ସବଇନ୍ସପେକ୍ଟର ଅର୍ଜୁନ କହଁର, କନେଷ୍ଟବଳ ଏମ.ସନ୍ତୋଷ, ପର୍ଶୁରାମ ପାତ୍ର, ଏ.ଶବର, ଏ.ପାଲଗା ଓ ସୂର୍ଯ୍ୟକାନ୍ତ ନାୟକ ଅନୁସନ୍ଧାନରେ ନିୟୋଜିତ ଥିଲେ। ବୁଗୁଡା ଥାନା କେଶ ନଂ ୬୦୪/୨୩ ପ୍ରକାରେ ଏକ ମାମଲା ରୁଜୁ ହୋଇ ଆସାମୀ ସନ୍ତୋଷ କୁମାର ଖଣ୍ଡେଇକୁ ଅଗଷ୍ଟ ୨୪ ତାରିଖ ଦିନ କୋର୍ଟ ଚାଲାଣ କରାଯାଇଥିବା ଆଇଆଇସି ଚିତ୍ତରଞ୍ଜନ ବେହେରା ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ