ଶାସଙ୍ଗ ଗ୍ରାମରେ ବିଶ୍ୱଶାନ୍ତି ମହଯଜ୍ଞ
ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍): ଶାସଙ୍ଗ ଗ୍ରାମରେ ତିନିଦିନ ଧରି ଚାଲିବାକୁ ଥିବା ବିଶ୍ୱଶାନ୍ତି ମହାଯଜ୍ଞ ଆରମ୍ଭ ହୋଇଛି । ଆଜି ଦିନ ଦୁଇଟା ବେଳେ ବାଲିଆ ପୋଖରୀରୁ ଘଟୋତ୍ତଳନ କରାଯାଇ ଗ୍ରାମପରିକ୍ରମା କରାଯିବାପରେ ଶିଖରେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଥିବା ଯଜ୍ଞ ମଣ୍ଡପରେ ସ୍ଥାପନ କରାଯାଇ ପଣ୍ଡିତ ପଦ୍ମନାଭ ପଣ୍ଡା, ଶଶିକାନ୍ତ ମିଶ୍ର, ବାଇଧର ପାଢ଼ୀ, ଉଚ୍ଛବ ଚନ୍ଦ୍ର ପାଢ଼ୀଙ୍କ ଦ୍ୱାରା ବୈଦିକ ରିତୀନୀତି ମତେ ପୂଜାର୍ଚ୍ଚନା କରାଯାଉଛି । ତପୋଧନ ସ୍ୱାଇଁ, କୁମୁଦୁନୀ ସାମଲ କର୍ତ୍ତା ଭାବେ ପୂଜାକାର୍ଯ୍ୟରେ ସାମିଲ ହୋଇଥିବା ବେଳେ ବୀରଭଦ୍ର ବିଶ୍ୱାଳ, ପର୍ଶୁରାମ ନାୟକ, ନକୁଳ ପ୍ରଧାନ, ନିତ୍ୟାନନ୍ଦ ପାଢ଼ୀ, ଖଗେଶ୍ୱର ବାରିକ, ଲିପୁ ଆୟଚ, ନରହରି କୁଅଁର, ମଧୁସୁଦନ ସୁବୁଦ୍ଧି, ଟିକୁ ଆୟଚ, ଦର୍ପଦଳନ ଆଚାର୍ଯ୍ୟ, ଚଗୁଲୁ ନାୟକ, ତପନ ସାହୁ, ଭୋଳାଶଙ୍କର ଦାସ ପ୍ରମୁଖ ପୂଜାକାର୍ଯ୍ୟ ସମ୍ପାଦାନ କରୁଥିବାବେଳେ ପ୍ରତିଦିନ ସନ୍ଧ୍ୟାରେ ଭଜନ ସମାରୋହ, ପ୍ରବଚନ ପ୍ରଭୃତି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ସମସ୍ତ ଗ୍ରାମବାସୀ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରୁଛନ୍ତି । ଆସନ୍ତା କାଲି ଦିନ ତମାମ ହୋମଯଜ୍ଞ ଓ ୯ତାରିଖରେ ପୁର୍ଣ୍ଣାହୁତୀ ପ୍ରଦାନ କରାଯିବ । ପ୍ରତିଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସ୍ୱରୁପ ଭଜନ ସନ୍ଧ୍ୟା ଅନୁଷ୍ଠିତ ହେବ ବୋଲି ଜଣାଯାଇଛି ।