ଶାସଙ୍ଗ ପଞ୍ଚାୟତ ପକ୍ଷରୁ ବିଜୁବାବୁଙ୍କ ତିରୋଧାନ ଦିବସ ପାଳିତ

ହାଟଡ଼ିହି, (ବିକାଶ ବିଶ୍ୱାଳ):ଶାସଙ୍ଗ ପଞ୍ଚାୟତ ବିଜୁ ଜନତାଦଳ ପକ୍ଷରୁ ଛେନାପଦିଛକ ବିଶ୍ୱତାରିଣୀ ମନ୍ଦିରରେ ବିଜୁବାବୁଙ୍କ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି । ପଞ୍ଚାୟତ ବିଜେଡି ସଭାପତି ଇଂ ରବିନ୍ଦ୍ର କୁମାର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ, ସରପଞ୍ଚ ମଧୁମୀତା ସ୍ୱାଇଁ, ବିଜେଡି ନେତା ସୁଦର୍ଶନ ସା, ଉଦୟନାଥ ସା, ରଞ୍ଜନ ସା, ଅମର ସା, ସୁଧାଶୁଂ ବିଶ୍ୱାଳ, ବସନ୍ତ ବେହେରା, ସୁବୋଧ ଆୟଚ, ନରେନ୍ଦ୍ର ସାମଲ, ପ୍ରତାପ ଘଡେଇ, ଶୁକଦେବ ବେହେରା, କାଠିଆ ସେଠୀ, କାଳିଆ ନାୟକ, ଚୈତନ ପୁହାଣ, ମହିଳା ବିଜେଡି ଜିଲ୍ଲା ସମ୍ପାଦିକା ସଞ୍ଚୁଲତା ମଲ୍ଲିକ, ମମତା ସାହୁଙ୍କ ସମେତ ବିଭିନ୍ନ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟା ଓ ଶାସଙ୍ଗ ପଞ୍ଚାୟତର ଶତାଧିକ ବିଜେଡି କର୍ମୀମାନେ ଉପସ୍ଥିତ ରହି ମା ତାରିଣୀଙ୍କ ନିକଟରେ ଦୀପଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ