ଶାସଙ୍ଗ ପଞ୍ଚାୟତ ହାଇସ୍କୁଲରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ
ହାଟଡ଼ିହି, (ବିକାଶ ବିଶ୍ୱାଳ):ଶାସଙ୍ଗ ପଞ୍ଚାୟତ ହାଇସ୍କୁଲର ଏନ.ସି.ସି ଛାତ୍ରଛାତ୍ରୀଙ୍କ ଦ୍ୱାରା ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଜି ସକାଳ ୧୦ଟା ବେଳେ ଏନସିସି କ୍ୟାଡେଟ ମାନେ ଶାସଙ୍ଗ ଗ୍ରାମର ବାଲିଆ ପୋଖରୀ ଚତ୍ତୁଃପାଶ୍ୱର୍, ନିକଟସ୍ଥ ମନ୍ଦିର ଓ ଯଜ୍ଞ ମଣ୍ଡପ ପରିସର ଆଦି ସଫା ସୁତୁରା କରିବା ସହିତ ସ୍କୁଲ ପରିସରରେ ବୃକ୍ଷ ରୋପଣ କରିଥିଲେ । ଏନସିସି ଅଫିସର ଶିଶିର କୁମାର ବିଶ୍ୱାଳଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ ନବ କିଶୋର ବିଶ୍ୱାଳ, ରାଧାକୃଷ୍ଣ ପତି, ଶାନ୍ତନୁ କୁମାର ରାଉତ, ପ୍ରଦୀନ କୁମାର ସ୍ୱାଇଁ, ସତ୍ୟବ୍ରତ ବିଶ୍ୱାଳ, ରମେଶ ଚନ୍ଦ୍ର ନାୟକ, ପର୍ଶୁରାମ ନାୟକ ପ୍ରମୁଖ ଯୋଗଦେଇଥିଲେ ।