ଶାସଙ୍ଗ ପଞ୍ଚାୟତ ହାଇସ୍କୁଲର ବାର୍ଷିକ ଉତ୍ସବ ଓ ବିଦାୟ ସମ୍ବର୍ଦ୍ଧନା

ହାଟଡିହି, (ବିକାଶ ବିଶ୍ୱାଳ ) : ଶାସଙ୍ଗ ସ୍ଥିତ ପଞ୍ଚାୟତ ହାଇସ୍କୁଲ ଶାସଙ୍ଗର ବାର୍ଷିକ ଉତ୍ସବ ଓ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନବ କିଶୋର ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟେ ଓଷ୍ଟାର ସହ ସମ୍ପାଦକ ମୃତୁ୍ୟଞ୍ଜୟ ପଲେଇ, ମୁଖ୍ୟ ବକ୍ତା ଭାବେ ଓଷ୍ଟା କେନ୍ଦୁଝରର ଉପଦେ୍ଦଷ୍ଟା ଶାନ୍ତନୁ କୁମାର ମିଶ୍ର, ସମ୍ମାନୀତ ଅତିଥି ଭାବେ ଶିକ୍ଷକନେତା ବନବିହାରୀ ବେହେରା, ଅମଲା ସଂଘର ଜିଲ୍ଲା ସମ୍ପାଦକ ପ୍ରସନ୍ନ କୁମାର ବେହେରା, ,ପୁର୍ବତନ ଶିକ୍ଷକ ନେତା ବିଦ୍ୟାଧର କର ପ୍ରମୁଖ ଯୋଗଦେଇ ବିଦ୍ୟାଳୟ ଗଠନ କ୍ଷେତ୍ରରେ ଶିକ୍ଷାକର୍ମଚାରୀଙ୍କ ଭୁମିକା ଉପରେ ମତବ୍ୟକ୍ତ କରିବା ସହିତ ଅବସର ନେଉଥିବା ଶିକ୍ଷା କର୍ମଚାରୀ ରମେଶ ଚନ୍ଦ୍ର ନାୟକଙ୍କ କର୍ମମୟ ଜୀବନୀ ଉପରେ ଆଲୋକପାତ କରିଥିଲେ । ଦୀର୍ଘ ୩୨ବର୍ଷ ଧରି ଏହି ସ୍କୁଲରେ ନିଜର କର୍ତ୍ତବ୍ୟକୁ ସୁଚାରୁରୁପେ ସମ୍ପାଦନ କରିବା ସହିତ ବିଦ୍ୟାଳୟର ସୁନ୍ଦର ପରିବେଶ ଗଠନରେ ତାଙ୍କର ଭୁମିକା ଗୁରୁତ୍ୱପୁର୍ଣ୍ଣ ଥିଲା ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ପୁରାତନ ଓ ବର୍ତ୍ତମାନର ଛାତ୍ରଛାତ୍ରୀ ମାନେ ନିଜନିଜର ଭାବାବେଗପୁର୍ଣ୍ଣ ବକ୍ତବ୍ୟ ରଖିଥିଲେ । ବିଦ୍ୟାଳୟ ଓ ପୁରାତନ ଛାତ୍ରଛାତ୍ରୀଙ୍କ ପକ୍ଷରୁ ତାଙ୍କୁ ଉତ୍ତରୀୟ, ଉପଢ଼ୌକନ ଓ ପୁଷ୍ପଗୁଚ୍ଛ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ପଦ୍ମନାଭ ପଣ୍ଡା ମଞ୍ଚ ସଂଯୋଜନା କରିଥିବାବେଳେ ଶିକ୍ଷକ ରାଧାକୃଷ୍ଣ ପତି ବାର୍ଷିକ ବିବରଣୀ ପାଠ କରିଥିଲେ । ଶିକ୍ଷକ ମାଧବାନନ୍ଦ ଜେନା, ଲକ୍ଷ୍ମୀକାନ୍ତ ମିଶ୍ର, ଶିଶିର କୁମାର ବିଶ୍ୱାଳ, ଶାନ୍ତନୁ କୁମାର ରାଉତ, ପ୍ରଦୀପ କୁମାର ସ୍ୱାଇଁ, ପର୍ଶୁରାମ ନାୟକ, ସତ୍ୟବ୍ରତ ବିଶ୍ୱାଳ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଶତାଧିକ ପୁରାତନ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ଆାଖପାଖ ବିଦ୍ୟାଳୟର ଶତାଧିକ ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀ ଏଥିରେ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ