ଶାସଙ୍ଗ ବାଇଧର ନୋଡାଲ ସ୍କୁଲରେ ପୋଷାକ ବଣ୍ଟନ
ହାଟଡ଼ିହି, (ଯୁଗାବ୍ଦ ନ୍ୟୁଜ୍): ଶାସଙ୍ଗ ବାଇଧର ନୋଡାଲ ସ୍କୁଲରେ ପୋଷାକ ଓ ଜୋତା ବଣ୍ଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷୟତ୍ରୀ କୁମୁଦୁନୀ ସାମଲଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ଶଶିକାନ୍ତ ବିଶ୍ୱାଳ, ସଦସ୍ୟ କରୁଣାକର ପାଢ଼ୀ, ଶିବ ପ୍ରସାଦ ଜେନା, ରମେଶ ଜେନା, ପଦ୍ମାବତୀ ସାମଲ, ସୁବାସିନୀ ବିଶ୍ୱାଳ ପ୍ରମୁଖ ଯୋଗଦେଇ ସର୍ବଶିକ୍ଷା ଯୋଜନାରେ ୧୩୫ଜଣ ଛାତ୍ରଛାତ୍ରୀଙ୍କୁ ଦୁଇହଳ ଲେଖାଏଁ ପୋଷାକ ଓ ହଳେ ଲେଖାଏଁ ଜୋତା ବଣ୍ଟନ କରିଥିଲେ । ଶିକ୍ଷୟତ୍ରୀ ଜୟଶ୍ରୀ ରାଉତ, ଅନ୍ନପୁର୍ଣ୍ଣା ପାଣିଗ୍ରାହୀ, ମାମିନା ପ୍ରଧାନ, ଶିକ୍ଷକ ଲଳିତ ବିଶ୍ୱାଳ, ନଟବର ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।