ସୁଲଣ ବାଲିଠାକୁରାଣୀ ଯାତ୍ରାପାଇଁ ପ୍ରସ୍ତୁତି ବୈଠକ
ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍) : ପ୍ରତି ୪ବର୍ଷରେ ଥରେ ଅନୁଷ୍ଠିତ ହେଉଥିବା ସୁଲଣ ବାଲିଠାକୁରାଣୀ ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସଭାପତି ମାର୍କଣ୍ଡ ଚରଣ ଜେନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଚଳିତବର୍ଷର ବାଲିଠାକୁରାଣୀ ଯାତ୍ରାକୁ ଶାନ୍ତିାୃଙ୍ଖଳାର ସହ ସମାପନ କରିବା ଉପରେ ଆଲୋଚନା ହୋଇଥିଲା । ୨୧ତାରିଖ ଠାରୁ ଅନୁଷ୍ଠିତ ହେବାକୁଥିବା ଏହି ଯାତ୍ରା ୭ଦିନ ପାଇଁ ଚାଲିବାକୁ ଥିବାବେଳେ ୨୧ତାରିଖ ରାତିରେ ବୈତରଣୀ ନଦୀରୁ ଘଟ୍ଟୋତ୍ତଳନ ସହିତ ବାଲି ଅଣାଯାଇ ପୀଠସ୍ଥଳରେ ରଖାଯିବା ସହିତ ବିଦ୍ଧି ଅନୁଯାୟୀ ପୂଜାର୍ଚ୍ଚନା କରାଯିବ । ୨୨ତାରିଖରେ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ କରାଯିବା ସହିତ ଏହି କାର୍ଯ୍ୟକ୍ରମରେ ପଦ୍ମଶ୍ରୀ ତୁଳସୀ ମୁଣ୍ଡା, ସମାଜସେବୀ ସାଧନା ମିଶ୍ର, ଆନ୍ତର୍ଜାତିକ ଚେସ ଖେଳାଳୀ ସାଇନା ସଲୋନିକା ଜେନା, କିନ୍ନର ଆଖଡାର ମହାମଣ୍ଡଳେଶ୍ୱର ମୀରା ପରିଡା ଯୋଗଦେବେ । ୨୫ରୁ ୨୭ତାରିଖ ପର୍ଯ୍ୟନ୍ତ ଖୋଲାମଞ୍ଚ ଯାତ୍ରା ଅନୁଷ୍ଠିତ ହେବାସହ ୨୯ତାରିଖ ଦିନ ଅଗ୍ନିଉତ୍ସବ, ପୁର୍ଣ୍ଣାହୁତୀ ପ୍ରଦାନ ଓ ବିସର୍ଜନର ବ୍ୟବସ୍ଥା କରାଯାଇଛି । ଏହି ବୈଠକରେ ସନାତନ ଜେନା, ରବିନ୍ଦ୍ର କୁମାର ଜେନା, ମହେଶ୍ୱର ଜେନା, ଗୋବର୍ଦ୍ଧନ ଜେନା, ମାସନ୍ତ ଜେନା, ସୁଦାମ ଜେନା, ଅର୍ଜୁନ ଜେନା, ସତ୍ୟାନନ୍ଦ ନାୟକ, କୈଳାଶ ଚନ୍ଦ୍ର ଜେନା, କୃତ୍ତିବାସ ଜେନା, ଅଳେଖ ଜେନା, ଶ୍ୟାମସୁନ୍ଦର ଦେବତା, ବଟକୃଷ୍ଣ ଜେନା, ବିନୋଦ ପଣ୍ଡା, କାର୍ତ୍ତିକେଶ୍ୱର ଜେନା, ଗୋପୀନାଥ ଜେନା, ପ୍ରଫୁଲ ରାଉତ, ଆନନ୍ଦ ସା, ଳକ୍ଷ୍ମୀଧର ଜେନା, ସରୋଜ ଚକ୍ରଙ୍କ ସମେତ ଶତାଧିକ ଗ୍ରାମବାସୀ ଯୋଗଦେଇଥିଲେ ।


