ଶାସଙ୍ଗ ସିଆରସିସିଙ୍କୁ ବିଦାୟ ସମ୍ବର୍ଦ୍ଧନା

ହାଟଡ଼ିହି, (ବିକାଶ ବିଶ୍ୱାଳ) : ଶାସଙ୍ଗ କ୍ଲଷ୍ଟରର ସି.ଆର.ସି.ସି ଅକ୍ଷୟ କୁମାର ଖଟୁଆଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ସି.ଆର.ସି.ସି ଅବଧି ସମ୍ପୁର୍ଣ୍ଣ ହେବାପରେ ସେ ତାଙ୍କ ପୁର୍ବସ୍କୁଲକୁ ଫେରିଯାଇଛନ୍ତି । ଏଥିଲାଗି ଆଜି ଶାସଙ୍ଗ ସରକାରୀ ନୋଡାଲ ସ୍କୁଲ ପରିସରରେ ପ୍ରଧାନ ଶିକ୍ଷୟତ୍ରୀ ସୁମନବାଳା ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ସମ୍ବର୍ଦ୍ଧନା ସଭାରେ ଶାସଙ୍ଗ ପଞ୍ଚାୟତର ସରପଞ୍ଚ ବିମ୍ବାଧର ବିଶ୍ୱାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଦାୟୀ ସିଆରସିସି ଜଣେ କର୍ତ୍ତବ୍ୟନିଷ୍ଠ ଓ ସମୟାନୁବର୍ତ୍ତିତା ଥିଲେ । ସେହିପରି ଅନ୍ୟ ଶିକ୍ଷକ ଶିକ୍ଷୟତ୍ରୀମାନେ କର୍ତ୍ତବ୍ୟନିଷ୍ଠ ଓ ସମୟାନୁବର୍ତ୍ତିତା ହେବାପାଇଁ ଆହ୍ୱାନ ସେ ଦେଇଥିଲେ । ଏହି ଅବସରରେ ବିଦାୟୀ ସିଆରସିସି ଅକ୍ଷୟ କୁମାର ଖଟୁଆଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦିଆଯାଇ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିବା ବେଳେ ନବ ନିଯୁକ୍ତ ସିଆରସିସି ଅଞ୍ଜନ କୁମାର ଦାସଙ୍କୁ ସ୍ୱାଗତ କରାଯାଇଥିଲା । ଏଥିରେ ପ୍ରଧାନ ଶିକ୍ଷକ ବିଷ୍ଣୁଚରଣ ଦାଶ, ପିତବାସ ପ୍ରଧାନ, ଜ୍ଞାନ ରଞ୍ଜନ ବେହେରା, ଶତୃଘ୍ନ ସାହୁ, ବିଦ୍ୟାଧର ତରେଇ, ସୁକାନ୍ତ କୁମାର ରାଉତ, କୁମୁଦୁନୀ ସାମଲ, ନିତ୍ୟାନନ୍ଦ ବାରିକ, ଅନିରୁଦ୍ଧ ବିଶ୍ୱାଳ, ବିଶ୍ୱମ୍ବର ସାହୁ, ଗଙ୍ଗାଧର ଜେନା, ବିଦୁଭୂଷଣ ବରାଳ, ରାଜୀବ କୁମାର ଜେନା, ପଦ୍ମନାଭ ପଣ୍ଡା, ରାଧାକୃଷ୍ଣ ପତି, ହରେକୃଷ୍ଣ ଭୂୟାଁ, ଲକ୍ଷ୍ମୀନାରାୟଣ ରାଉତ, ଅନ୍ନପୁର୍ଣ୍ଣା ପାଣିଗ୍ରାହୀ, ଲଳିତ ବିଶ୍ୱାଳ, ନଟବର ସାହୁ, ଜୟଶ୍ରୀ ରାଉତ, ପଦ୍ମାବତୀ ସାହୁ, ମାମିନା ପ୍ରଧାନଙ୍କ ସମେତ ଶାସଙ୍ଗ କ୍ଲଷ୍ଟରର ସମସ୍ତ ବିଦ୍ୟାଳୟର ଶିିକ୍ଷକ ଶିକ୍ଷୟତ୍ରୀମାନେ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ