ଶାସନ ପ୍ରିମୀୟର ଲିଗ କ୍ରିକେଟ ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କଲେ ବିଧାୟକ
ପୋଲସରା,(ଅନିଲ କୁମାର ମହାରଣା): ପୋଲସରା ବ୍ଲକର ଚିରିକିପଡ଼ା ଶାସନ ଦଧିବାମନ ସ୍ୱାମୀ କ୍ରିକେଟ କ୍ଳବ ଆନୁକୂଲ୍ୟରେ ଡିସେମ୍ବର ୧୦ ତାରିଖ ଦିନ ଅନୁଷ୍ଠିତ “ଶାସନ ପ୍ରିମିୟର ଲିଗ” କ୍ରିକେଟ ଟୁର୍ଣ୍ଣାମେଣ୍ଟକୁ ସ୍ଥାନୀୟ ବିଧାୟକ ତଥା ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ । ବିଧାୟକ ଶ୍ରୀ ସାହୁ ନିଜ ବକ୍ତବ୍ୟରେ ରାଜ୍ୟ ସରକାରଙ୍କ କ୍ରୀଡା ପାଇଁ ରହିଥିବା ବିଭିନ୍ନ ଯୋଜନା ବିଷୟରେ ଅବଗତ କରାଇବା ସହ ନିଜ ନିଜ ଭିତରେ ଭାଇଚାରା ସୃଷ୍ଟି କରି ଶାନ୍ତିପୂର୍ଣ୍ଣ ଭାବେରେ ଖେଳିବା ପାଇଁ ପରାମର୍ଶ ଦେଇଥିଲେ । ଉଦଘାଟନୀ କାର୍ଯ୍ୟକ୍ରମରେ ପୋଲସରା ବ୍ଲକ ଅଧ୍ୟକ୍ଷ ବଳରାମ ସେଠୀ, ବ୍ଳକ ବିଜେଡି ସମ୍ପାଦକ ଅଶୋକ ବିଷୋୟୀ , ସରପଞ୍ଚ ପ୍ରତିନିଧି ଚନ୍ଦ୍ରଭାନୁ ସାହୁ , ଖଗେଶ୍ୱର ପ୍ରଧାନ , ସମିତି ପ୍ରତିନିଧି ମନୋଜ ସାହୁ, ମାନସ ରଞ୍ଜନ ପ୍ରଧାନ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଉଦଘାଟନୀ ମ୍ୟାଚ କିଙ୍ଗସ ସମ୍ରାଟ ଓ ୱାରିଅର ଇଲେଭେନ ଟିମ ମଧ୍ୟରେ ହୋଇଥିବା ବେଳେ କିଙ୍ଗସ ସମ୍ରାଟ ୪୩ ରନରେ ବିଜୟୀ ହୋଇଥିଲେ। ବାସୁଦେବ ନାୟକ, ପୃଥ୍ୱୀରାଜ ନାୟକ, ଜୟରାମ ପ୍ରଧାନ ଗଙ୍ଗାଧର ନାୟକ ପ୍ରମୁଖ ମ୍ୟାଚ ପରିଚାଳନା କରିଥିଲେ।


