ମୃତକଙ୍କ ପରିବାର କୁ ବିଧାୟକଙ୍କ ସହାୟତା

ପୋଲସରା,(ଅନିଲ କୁମାର ମହାରଣା): ପୋଲସରା ବ୍ଲକ ଅନ୍ତର୍ଗତ ବନ୍ଥପଲ୍ଲୀ ପଞ୍ଚାୟତର ଭଗବତ ନାହାକ ମଙ୍ଗଳବାର ଦିନ ପାଣିରେ ବୁଡି ମୃତ୍ୟୁବରଣ କରିଥିଲେ । ଗୁରୁବାର ଦିନ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ମୃତକଙ୍କ ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ପରିବାରଙ୍କ ସୂଚନା ପ୍ରକାରେ ଭଗବତ ନିଜ ଗ୍ରାମ ନିକଟରେ ଥିବା ନାଳକୁ ମଙ୍ଗଳବାର ସକାଳେ ଗାଧେଇବା ପାଇଁ ଯାଇ ଥିଲେ । ହେଲେ ଅତ୍ୟଧିକ ବିଳମ୍ବ ହେବାରୁ ପରିବାର ଲୋକେ ବହୁ ଖୋଜାଖୋଜି କରି ଶେଷରେ ଗାଧେଇବା ନାଳକୁ ଯାଇଥିଲେ । ସେଠାରେ ଭଗବତଙ୍କ ଶରୀର ଭାସୁଥିବା ଦେଖି ତୁରନ୍ତ ପୋଲସରା ମେଡ଼ିକାଲ କୁ ଚିକିତ୍ସା ନିମନ୍ତେ ଆଣିଥିଲେ । ଡାକ୍ତର ସେଠାରେ ଭଗବତଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଘରର ଆର୍ଥିକ ସ୍ଥିତି ସେତେଟା ଭଲ ନଥିବା ବେଳେ ଘରର ଏକ ମାତ୍ର ରୋଜଗାରିଆ ଘରର ମୁଖ୍ୟଙ୍କୁ ହରାଇ ପରିବାର ବର୍ତ୍ତମାନ ଅସହାୟ ହୋଇଯାଇଛନ୍ତି। ନିଃସହାୟ ଶୋକ ସନ୍ତପ୍ତ ପରିବାର ପାଇଁ ସରକାରୀ ସାହାଯ୍ୟ ସହାୟତା ଯୋଗାଇ ଦେବାକୁ ବିଧାୟକ ଶ୍ରୀ ସାହୁ ପ୍ରତିଶ୍ରୁତି ଦେଇଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ବନ୍ଥପଲ୍ଲୀ ସରପଞ୍ଚ ପ୍ରତିନିଧି ଲୋକନାଥ ନାହାକ , ସମିତି ସଭ୍ୟ ପବିତ୍ର ରାଉତ , ବାବୁ ନାହାକ ,ଶତୃଘନ ନାହାକ , କାମ୍ପ ନାହାକ ଓ ଅରୁଣ ନାହାକ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ