ଶାସ୍ତ୍ରୀଙ୍କ ସ୍ମୃତି ସଭା, ସମାଜେସେବୀଙ୍କୁ ସମ୍ବର୍ଦ୍ଧନା
ଭୁବନେଶ୍ୱର, : ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ଓ ଶାତ୍ସୀ ନଗର ଉନ୍ନୟନ ପରିଷଦ ପକ୍ଷରୁ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀଙ୍କ ୧୧୬ତମ ଜୟନ୍ତୀ ଉପଲକ୍ଷେ ଶାତ୍ସୀ ନଗରସ୍ଥିତ ଶାତ୍ସୀଙ୍କ ପ୍ରତିମୂର୍ତିଠାରେ ସ୍ମୃତି•ରଣ ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଅଭିଯାନର ଅଧ୍ୟକ୍ଷ ତଥା ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ ଅଧ୍ୟକ୍ଷତା କରି କହିଲେ ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ଶାସ୍ତ୍ରୀ ଶାନ୍ତି ନୀତି, ସମଗ୍ର କୃଷକମାନଙ୍କ ପାଇଁ ଚିନ୍ତା ତଥା ଭାରତର ଏକତା ଓ ଅଖଣ୍ଡତା ଯେପରି ଅକ୍ଷୁର୍ଣ୍ଣ ରହିପାରିବ ତାହା ଉପରେ ସର୍ବଦା ଗୁରୁତ୍ୱ ଦେଇ କାର୍ଯ୍ୟ କରିଥିଲେ । ଆଜି ବି ଗାନ୍ଧୀଙ୍କ ଆଦର୍ଶର ପ୍ରାସଙ୍ଗିକତା ରାଷ୍ଟ୍ରରେ ରହିଛି ବୋଲି ମତବ୍ୟକ୍ତ କରାଯାଇଥିଲା । କେବଳ ପ୍ରଚାର ପ୍ରସାରରେ ନୁହେଁ ଗାନ୍ଧୀ ଓ ଶାସ୍ତ୍ରୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେଲେ ଦେଶର ସର୍ବବିଧ ବିକାଶ ସାଧିତ ହୋଇପାରିବ ବୋଲି ଅନ୍ୟ ସଦସ୍ୟମାନେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ସାମଜସେବୀ ଲିଙ୍ଗରାଜ ସାହୁଙ୍କୁ ସମ୍ମାନୀତ କରାଯାଇଥିଲା । ଏଥିରେ ପରିଷଦର ସମ୍ପାଦକ ଅଶୋକ କୁମାର ବେହେରା, ବରିଷ୍ଟ ନାଗରିକ ପ୍ରଫୁଲ୍ଲ ଚନ୍ଦ୍ର ପାଠୀ, ଅଭିରାମ ଜେନା, ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ସଂଯୋଜକ କିଷନ ବରାଇ ଓ ନାରାୟଣ ଓଝାଙ୍କ ସହ ସଂଯୋଜନାରେ ଏହି କାର୍ଯ୍ୟକ୍ରମରେ ଅଲେଖ ଜେନା, ଅରବିନ୍ଦ ତ୍ରିପାଠୀ, ଲକ୍ଷ୍ମଣ ଦାସ, ତନ୍ମୟ ସାମନ୍ତରାୟ, ସଂଗ୍ରମା ବଳିୟାରସିଂ, ଡ. ଅସିତ୍ ଦାସ, ଉମାଚରଣ ମହାନ୍ତି, ବିଜୟ ପରିଡ଼ା, ସାଧୁ ଚରଣ ବେହେରା, ପ୍ରଦୀପ କୁମାର ବିଶ୍ୱାଳ, କୈଳାସ ମୁଦୁଲି, ବିଶ୍ୱନାଥ ସ୍ୱାଇଁ, ବୁଦ୍ଧିମାନ ନାୟକ ନିରଞ୍ଜନ ସାହୁ, ଶରତ ରାଉତ, ପ୍ରଫୁଲ୍ଲ ବାରିକ, ମନୋରନ ବାରିକ, ବିଜୟ ମଲ୍ଲ, ସିତାଂଶୁ ଶେଖର ମହାରଣା, ବ୍ରଜବନ୍ଧୁ ପରିଡ଼ା, ପ୍ରମୋଦ ଦେବ ଯୋଗଦେଇ ଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ସମିତା ମହାରଣା ।