ଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା
ଗାଙ୍ଗପୁର,(ସନ୍ତୋଷ କୁମାର ବିଷୋଇ):ବେଲଗୁଣ୍ଠା ବ୍ଲକ୍ ଅନ୍ତର୍ଗତ ବଡ଼ ସାଦରା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ରାମଚନ୍ଦ୍ର ଗୌଡ଼ ଅବସର ଗ୍ରହଣ କରିଥିବା ବେଳେ ତାଙ୍କୁ ବିଦ୍ୟାଳୟ ତରଫରୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି I ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଷ୍ଣୁ ପ୍ରସାଦ ବେହେରାଙ୍କ ଆବାହନ କ୍ରମେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଶଙ୍କର ବିଷୋୟୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସାବ ଅତିଥି ରୂପେ ଗ୍ରାମ୍ୟ ପରିଚାଳନା କମିଟି ସଭାପତି ସୀତାରାମ ସ୍ୱାଇଁ ,ସହକାରୀ ଶିକ୍ଷକ ଅଶୋକ କୁମାର ବେହେରା ପ୍ରମୁଖ ମଞ୍ଚାସୀନ ରହି ଅବସରପ୍ରାପ୍ତ ଶିକ୍ଷକ ରାମଚନ୍ଦ୍ର ଗୌଡ଼ଙ୍କ କର୍ତ୍ତବ୍ୟପରାୟଣତା,ସମୟାନୁବର୍ତ୍ତିତା ଏବଂ ଛାତ୍ର ବତ୍ସଳତା ଗୁଣ ସମ୍ପର୍କରେ ଆଲୋଚନା କରିବା ସହିତ ଶ୍ରୀ ଗୌଡ଼ଙ୍କ ଅବସର ଜୀବନର ଶୁଭ କାମନା କରିଥିଲେ I ଏହି ଅବସରରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀଙ୍କ ପକ୍ଷରୁ ଶିକ୍ଷକ ଶ୍ରୀ ଗୌଡ଼ଙ୍କୁ ମାନ ପତ୍ର,ଉପଢ଼ୌକନ, ପୁଷ୍ପଗୁଚ୍ଛ ଏବଂ ଉପହାର ଦେଇ ସମ୍ମାନିତ କରାଯାଇଥିଲା I କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷକ ପରମାନନ୍ଦ ନାୟକ, ଶିକ୍ଷୟିତ୍ରୀ ସୁନେଲି ସ୍ୱାଇଁ ଏବଂ ତୁଳସି ସ୍ୱାଇଁ ସହଯୋଗ କରିଥିଲେ I ଶିକ୍ଷକ ଅଶୋକ କୁମାର ବେହେରା ଧନ୍ୟବାଦ ଜ୍ଞାପନ କରିଥିଲେ I