ଶିକ୍ଷକଙ୍କୁ ଅବସର ସମ୍ବର୍ଧନା ଦେଲେ ଗ୍ରାମବାସି

ଚୌଦ୍ଵାର, (ଦୀପକ୍ କୁମାର ବେଉରା): ଟାଙ୍ଗୀ ଚୌଦ୍ଵାର ବ୍ଲକ୍ ଅନ୍ତର୍ଗତ ଇନ୍ଦ୍ରାଣୀ ପାଟଣା ପ୍ରାଥମିକ ବିଦ୍ୟାଳୟ ରେ ଦିଗତ ୮ବର୍ଷ ହେବ ପିଲା ମାନଙ୍କୁ ଶିକ୍ଷ୍ୟାର ପ୍ରେରଣା ଦେଇ ଆସୁଥିବା ସାର୍ ଆଜି ଅବସର ନେଇଛନ୍ତି । ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଶରତ କୁମାର ପତ୍ରୀ ଏମିତିକି ସେ ଜଣେ ସହହୁଦୟ ବ୍ୟକ୍ତି ସେ ତାଙ୍କ ୩୩ ବର୍ଷ ଚାକିରି କାଳ ମଧ୍ୟରେ ଯେଉଁ ସ୍କୁଲକୁ ଯାଆନ୍ତି ତାର ପରିବେଶ ମନଲୋଭା ସୃଷ୍ଟି କରିଥାନ୍ତି । ପିଲାମାନଙ୍କୁ ପାଠ ପଢ଼ାଇଲା ବେଳେ ନାଚ ଗୀତ ଗପରେ ବୁଝାଇ ପଢାନ୍ତି । ଏମିତିବି କରୋନା ମହାମାରୀ ସମୟରେ ସ୍କୁଲର ପରିଚାଳନା କମିଟି ବା ପିଲାଙ୍କ ବାପା ମା ଙ୍କୁ ମୋବାଇଲ ଫୋନ ଦ୍ଵାରା ପିଲାଙ୍କ ପାଠପଢା ବିଷୟରେ ପଚାରି ବୁଝନ୍ତି । ଆଜି ତାଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭାରେ ଗ୍ରାମବାସୀଙ୍କ ମନରେ ଦୁଃଖର ବାତାବରଣ ଦେଖିବାକୁ ମିଳିଥିଲା । ସଭାରେ ଉପସ୍ଥିତ ଶିକ୍ଷକ, ଶିକ୍ଷୟତ୍ରୀ ସ୍କୁଲ ପରିଚାଳନା କମିଟି, ପୁରାତନ ଛାତ୍ରଛାତ୍ରୀ ଓ ଗ୍ରାମର ସରପଞ୍ଚ , ସମିତି ସଭ୍ୟ ସଭାରେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ