ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ ଜାରିକଲେ ଶିକ୍ଷା ଅଧିକାରୀ
ହାଟଡିହି, (ବିକାଶ ବିଶ୍ୱାଳ) :ହାଟଡିହି ବ୍ଲକ ଗୋପାଳପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଣେ ଶିକ୍ଷକ ଛାତ୍ରୀ ମାନଙ୍କୁ ଆଶାଳୀନ ବ୍ୟବହାର ପ୍ରଦର୍ଶନ କରିବା ଘଟଣାରେ ଆଜି ହାଟଡିହି ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରୁ ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ବ୍ଲକ ଶିକ୍ଷା ଅଡଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଗତକାଲି ଏ.ବି.ଇ.ଓ ଧନେଶ୍ୱର ଖଣ୍ଡେଇ, ଏ.ବି.ଇ.ଓ ସୁରେଶ କୁମାର ଜେନା ଉକ୍ତ ସ୍କୁଲକୁ ଯାଇ ତଦନ୍ତ କରିଥିଲେ । ଅଧିକାରୀ ମାନେ କିଛି ଛାତ୍ରଛାତ୍ରୀଙ୍କୁ ସଂପୃକ୍ତ ଶିକ୍ଷକଙ୍କ କାର୍ଯ୍ୟକଳାପ ବାବଦରେ ଲିଖିତ ଭାବେ ଦେବାକୁ କହିବାପରେ ଛାତ୍ରଛାତ୍ରୀ ମାନେ ତଦନ୍ତ କାରୀ ଅଧିକାରୀଙ୍କୁ ଲିଖିତ ଭାବେ ଦେଇଥିଲେ । ଆଜି ବିଇଓ ଅଭୟ କୁମାର ବେହେରା କାର୍ଯ୍ୟାଳୟକୁ ଆସିବାପରେ ଏ ସମ୍ପର୍କରେ ଶିକ୍ଷକ ଅନିରୁଦ୍ଧ ବିଶ୍ୱାଳଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରି ୨୨ତାରିଖ ଭିତରେ ନିଜର ପକ୍ଷ ରଖିବାକୁ ନିଦେ୍ର୍ଦଶ ଦେଇଛନ୍ତି । ସେହିପରି ପ୍ରଧାନ ଶିକ୍ଷକ ଶତୃଘ୍ନ ସାହୁଙ୍କୁ ମଧ୍ୟ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି । ଉକ୍ତଦିନର ଘଟଣା ସମ୍ପର୍କରେ କଣ କଣ ଜାଣିଛନ୍ତି ସେମ୍ପର୍କରେ ଉତ୍ତର ଦେବାକୁ ନିଦେ୍ର୍ଦଶ ଦିଆଯାଇଛି ।


