ଶିକ୍ଷକଙ୍କ ପରଲୋକରେ ଶୋକ ପାଳନ

ହାଟଡିହି (ଓ୍ବାଇଏନ୍ଏସ୍) : ପଢ଼ିଆରିପଲ୍ଲି ପଞ୍ଚାୟତର ବିଭିନ୍ନ ସ୍କୁଲରେ ଶିକ୍ଷକତା କରି ଅବସର ଗ୍ରହଣ କରିଥବା ବିଶିଷ୍ଟ ଶିକ୍ଷାବିତ ଧ୍ରୁବ ଚରଣ ନାୟକଙ୍କ ପରଲୋକରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସ୍ୱର୍ଗତ ଧ୍ରୁବ ଚରଣ ନାୟକ ପଢ଼ିଆରିପଲ୍ଲି ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ମହୁଲପଙ୍ଖା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦୀର୍ଘଦିନ ଶିକ୍ଷକତା କରି ସମସ୍ତଙ୍କର ପ୍ରୀୟପାତ୍ର ହୋଇପାରିଥିଲେ । ନିଜ ବାସଭବନ ପଦୁନା ଠାରେ ସେ ଗତ ୧ତାରିଖ ଦିନ ହୃଦଘାତରେ ପରଲୋକ ଘଟିଥିଲା । ତାଙ୍କ ପରଲୋକରେ କାହାଳିଆଗଡିଆ ଗ୍ରାମରେ ଥିବା ଏସିବି ଫାଉଣ୍ଡେସନ ପକ୍ଷରୁ ଶୋକସଭା ଆୟୋଜନ କରାଯାଇ ସେ ଜଣେ ମେଳାପି, ଛାତ୍ରବଳ, ଶିକ୍ଷକ ଭାବେ ଜଣାଶୁଣା ଥିଲେ ବୋଲି ଅବିହତ କରିବା ସହିତ ତାଙ୍କର ଅମରଆତ୍ମାର ସଦଗତି କାମନା କରିଥିଲେ । ଏଥିରେ ଫାଉଣ୍ଡେସନର ପ୍ରତିଷ୍ଠାତା ଅଲେଖ ଚନ୍ଦ୍ର ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ ଓ ଗ୍ରାମବାସୀମାନେ ଯୋଗଦେଇ ଦୁଇ ମିନିଟ ନୀରବ ପ୍ରାର୍ଥନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ