ଶିକ୍ଷକ ଅଭୟ ପ୍ରଧାନ ସମ୍ବର୍ଦ୍ଧିତ

ବନ୍ତ, (ଯୁଗାଦ୍ଧ ନ୍ୟୁଜ୍) : ବନ୍ତ ବ୍ଲକ ଗଣିଜାଙ୍ଗ ନେହେରୁ ନୋଡାଲ ଉଚ୍ଚ ବିଦ୍ୟାପୀଠର ଶିକ୍ଷକ ଅଭୟ କୁମାର ପ୍ରଧାନଙ୍କୁ ଗୁରୁଶ୍ରୀ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଛି । ଗୁରୁ ଦିବସରେ କଟକସ୍ଥିତ ସୁନାଦୂବ ଓଡିଆ ସାହିତ୍ୟ ସାଂସ୍କୃତିକ ଓ ସାମାଜିକ ଅନୁଷ୍ଠାନ ପକ୍ଷରୁ ଗାନ୍ଧୀ ଭବନ ଠାରେ ଆୟୋଜିତ ଉତ୍ସବରେ ସନ୍ୟାସୀନି ବିଦ୍ୟୁତ୍ କୁମାରୀ ଲାଲା ସଭାପତିତ୍ୱ କରିଥିଲେ । ଏଥିରେ ମୁଖ୍ୟ ଅତିଥି ପ୍ରଫେସର ଡା.ସୁଦର୍ଶନ ପଟ୍ଟନାୟକ, ସମ୍ମାନୀତ ଅତିଥି ଡା.ଜୟନ୍ତ କୁମାର ପଣ୍ଡା, ଡଃ.ତପତି ଦାସ ପ୍ରମୁଖ ଯୋଗ ଦେଇଥିବା ବେଳେ ତାଙ୍କୁ ମାନପତ୍ର ଓ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ