ଶିକ୍ଷକ ଓ କର୍ମଚାରୀଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

ହାଟଡିହି, (ବିକାଶ ବିଶ୍ୱାଳ ) : ହାଟଡିହି ବ୍ଲକ ବଡରମ୍ପାସ ଜପିଦାସ ବିଦ୍ୟାମନ୍ଦିରର ସହକାରୀ ଶିକ୍ଷକ ନୃଷିହଂ ଚରଣ ପଣ୍ଡା, ସଂସ୍କୃତ ଶିକ୍ଷକ ମଦନ ମୋହନ ମିଶ୍ର ଓ କର୍ମଚାରୀ ଶରତ କୁମାର ପଟ୍ଟନାୟକଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ପ୍ରଧାନ ଶିକ୍ଷକ ଡମ୍ବରୁଧର ଦେହୁରୀଙ୍କ ସଭାପତିତ୍ୱରେ ବିଦ୍ୟାଳୟ ପରିସରରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଷ୍ଟାର ଜିଲ୍ଲା ସଭାପତି ଶାନ୍ତନୁ କୁମାର ମିଶ୍ର, ମୁକ୍ୟ ବକ୍ତା ଭାବେ ଶିକ୍ଷକ ତଥା ପାଲାଗାୟକ ନବ କୁମାର ଲେଙ୍କା, ସମ୍ମାନୀତ ଅତିôତ ଭାବେ ଓଷ୍ଟାର ବ୍ଲକ ସଭାପତି ଶିଶିର କୁମାର ବିଶ୍ୱାଳ, ଓଷ୍ଟାର କାର୍ଯ୍ୟ ନିର୍ବାହୀ ସଦସ୍ୟ ରଞ୍ଜନ କୁମାର ଘଡେଇ, ପୁର୍ବତନ ପ୍ରଧାନ ଶିକ୍ଷକ ମହିନ୍ଦ୍ର ମୋହନ ତ୍ରିପାଠୀ, ପୁର୍ବତନ ଶିକ୍ଷକ ଭକ୍ତ ଶେଖର ସା, ପ୍ରାକ୍ତନ ଶିକ୍ଷକ ଜଗବନ୍ଧୁ ଜେନା, ପ୍ରାକ୍ତନ ଶିକ୍ଷକ ନିରଞ୍ଜନ ପଣ୍ଡା ପ୍ରମୁଖ ଯୋଗଦେଇ ଅବସର ନେଇଥିବା ଶିକ୍ଷକ ଓ କର୍ମଚାରୀ ମାନଙ୍କ କର୍ମମୟ ଜୀବନୀ ଉପରେ ଆଲୋକପାତ କରିବାସହ ତାଙ୍କର ଅବସର ଜୀବନ ଶୁଖମୟ ହେଉ ବୋଲି ପ୍ରାର୍ଥନା କରିଥିଲେ । ଏହି ଅବସରରେ ତାଙ୍କୁ ଉପଢ଼ୌକନ, ମାନପତ୍ର ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଶିକ୍ଷକ ସତ୍ୟପୀର ମହାନ୍ତି ମଞ୍ଚ ସଂଯୋଜନା କରିଥିବାବେଳେ ଶିକ୍ଷକ ରାଜୀବ ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ । ଶିକ୍ଷୟତ୍ରୀ ଅନୁପମା ସା ଧନ୍ୟବାଦ ଅର୍ପଣ କରିଥିବାବେଳେ ଦିଲ୍ଲିପ କୁମାର ଲେଙ୍କା, ସୁଶାନ୍ତ କୁମାର ସ୍ୱାଇଁ, ରାଜୀବ ଲୋଚନ ସାହୁ, ସର୍ମିଷ୍ଠା ବେହେରା, ଲକ୍ଷ୍ମୀପ୍ରୀୟା ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ପୁରାତନ ଛାତ୍ର ଶ୍ରୀକାନ୍ତ ପଟ୍ଟନାୟକ, ନବଘନ ବେହେରା, ସୁଧାଶୁଂ ବିଶ୍ୱାଳ, ତାପସ ନାୟକ, ଅନିଲ କୁମାର ସାହୁ, ରଙ୍ଗାଧର ଦାସ, ଦେବାଶିଷ ଧଳ, ଚନ୍ଦନ କୁମାର ପଣ୍ଡା, ସୁମନ୍ତ କୁମାର ଜେନା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏôତରେ ଗ୍ରାମର ଅନେକ ଗ୍ରାମବାସୀ, ଆଖପାଖ ସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀ ଓ ଓଷ୍ଟାର ଅନେକ ସଦସ୍ୟ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ