ଶିକ୍ଷକ ଗରୀମା ଶିବିର ଓ ଭାରତୀୟ ସଂସ୍କୃତି ଜ୍ଞାନ ପରୀକ୍ଷା ପୁରସ୍କାର ବିତରଣ

କବିସୂର୍ଯ୍ୟ ନଗର, (ଯୁଗାବ୍ଦ ନ୍ୟୁଜ):ଗଞ୍ଜାମ ଗଞ୍ଜାମଜିଲା ଗାୟତ୍ରୀପରିବାର ଆନୁକୂଲ୍ୟରେ ତଥା କବିସୂର୍ଯ୍ୟ ନଗର ଗାୟତ୍ରୀ ଶକ୍ତିପୀଠ ତତ୍ୱବାଧାନ ରେ ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ଗଞ୍ଜାମଜିଲା ଶିକ୍ଷାଧିକାରୀ ଶ୍ରୀମତୀ ଅମିତା ପଟ୍ଟନାୟକ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ବ୍ଲକ ଶିକ୍ଷାଧିକାରୀ,ସହକାରୀ ବ୍ଲକ ଶିକ୍ଷାଧିକାରୀ, ଅନେକ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ, କଲେଜର ଅଧ୍ୟାପକ ଅଧ୍ୟାପିକା ଓ ଗଞ୍ଜାମଜିଲା ଗାୟତ୍ରୀ ପରିବାର ସହସ୍ରାଧିକ କାର୍ଯ୍ୟକର୍ତା ଯୋଗଦେଇଥିଲେ। ଭାରତୀୟ ସଂସ୍କୃତିଜ୍ଞାନ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଗଞ୍ଜାମଜିଲା ର ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟ ର ଛାତ୍ର-ଛାତ୍ରୀ ମାନଙ୍କୁ ରାଜ୍ୟସ୍ତରୀୟ ପୁରସ୍କାର ଓ ମାନପତ୍ର ବରେଣ୍ୟ ଅତିଥି ଜିଲ୍ଲା ଶିକ୍ଷଧିକାରୀ ଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା।ଏହିପରିପ୍ରେକ୍ଷୀରେ ଭାରତୀୟ ସଂସ୍କୃତି ଜ୍ଞାନପାରିକ୍ଷା ର ରାଜ୍ୟପ୍ରଭାରୀ ଶ୍ରୀଯୁକ୍ତ ରାଜେନ୍ଦ୍ର ପ୍ରସାଦ ମହାପାତ୍ର ଉପସ୍ଥିତ ଶିକ୍ଷଧିକାରୀ ଏବଂ ଶିକ୍ଷକ ମାନଙ୍କ ଗରୀମା ଗାନ କରିବା ସହିତ ସେମାନନଙ୍କୁ ଛାତ୍ର-ଛାତ୍ରୀ ତଥା ଯୁବ ସମାଜ ଓ ଅଗାମୀ ପିଢ଼ିର ଭାଗ୍ୟ ନିର୍ମାତା ବୋଲି ସମ୍ବୋଧନ କରିଥିଲେ।ଶକ୍ତିପୀଠର ବ୍ୟବସ୍ଥାପକ/ଗଞ୍ଜାମଜିଲା ଗାୟତ୍ରୀ ପରିବାର ବରିଷ୍ଠ କାର୍ଯ୍ୟକର୍ତା ଶ୍ରୀ ମନୋରଞ୍ଜନ ମହାପାତ୍ର ଭାରତୀୟ ସଂସ୍କୃତି ଜ୍ଞାନପାରିକ୍ଷା କୁ ପ୍ରେତ୍ୟକ ସ୍କୁଲ,କଲେଜ ଗୁଡିକରେ ପ୍ରଚଳନ କରିବା ସକାଶେ ଉପସ୍ଥିତ ଥିବା ଶିକ୍ଷଧିକାରୀ ମାନଙ୍କୁ ନିବେଦନ କରିଥିଲେ।ମଞ୍ଚ ପରିଚାଳନା ଜିଲ୍ଲା ସଂଯୋଜକ ଶ୍ରୀ ପ୍ରଫୁଲ୍ଲ ଦାସ କରିଥିବା ବେଳେ କେନ୍ଦ୍ରୀୟ ଯୁବ ଗାୟକ ସନ୍ତୋଷ ଓ ରବୀନ୍ଦ୍ର ଭାଇ ପ୍ରେରଣା ସଙ୍ଗୀତ ମାଧ୍ୟମରେ ସଭା ଗୃହରେ ଦିବ୍ୟ ବାତାବରଣ ସୃଷ୍ଟି କରାଇଥିଲେ। ଶ୍ରୀ ପ୍ରମୋଦ କୁମାର ବେହେରା ରାଜ୍ୟ ସ୍ତରୀୟ ପୁରସ୍କାର ବିଜେତା ମାନଙ୍କ ତାଲିକା ପାଠ କରିଥିଲେ ।କାର୍ଯ୍ୟକ୍ରମ ଶେଷରେ ଅଦରଣୀୟ ଭାଇ ଶ୍ରୀ ଆଲଡୁ ନଗେଶ୍ୱର ପାତ୍ର ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ