ଶିକ୍ଷକ ଙ୍କ ଘରୁ କଳାକନା ବୁଲାଇଲେ ଦୁର୍ବୃତ୍ତ

ମୋହନା, (ଅଂଶୁମାନ ପଣ୍ଡା):ଶିକ୍ଷକଙ୍କ ଘରୁ ସୁନା ଅଳଙ୍କାର ଓ ଟଙ୍କା ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି । ଗଜପତି ଜିଲ୍ଲା ଆଡବା ସ୍ଥିତ ତାଙ୍କ ଭଡା ଘରୁ ଚୋରି ହୋଇଥିବା ଶିକ୍ଷକ ଜଣଙ୍କ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଶିଶିର ପତ୍ର ପାଣିଗଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟରେ ସେ କ୍ରୀଡା ଶିକ୍ଷକ ଭାବେ କାର୍ଯ୍ୟ କରୁଥିବା ବେଳେ ସେ ଗୁରୁବାର ସକାଳେ ସାଧାରଣ ତନ୍ତ୍ର ଦିବସ ପାଳନ ପାଇଁ ସ୍କୁଲକୁ ଯାଇଥିଲେ । ସେହି ସମୟରେ କେହି ଦୁର୍ବୃତ ଘରର କବାଟ ତାଲା ଭାଙ୍ଗିବା ସହ ଆଲମୀରା ଭାଙ୍ଗି ଅଢେଇ ତୁଳା ସୁନା ଅଳଙ୍କାର ସହ ୫୦ ହଜାର ଟଙ୍କା ଓ ଗୁରୁତ୍ଵ ପୂର୍ଣ୍ଣ କାଗଜ ପତ୍ର ଓ ସାର୍ଟିଫିକେଟ ଚୋରି କରି କଳାକନା ବୁଲେଇଛନ୍ତି । ଏ ନେଇ ଶିକ୍ଷକ ଜଣଙ୍କ ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଜାରୀ ରଖିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ