ଶିକ୍ଷକ ଶିକଷୟିତ୍ରୀଙ୍କ କଳିରେ ବଳି ପଡ଼ୁଛନ୍ତି ଛାତ୍ରୀ
- ସ୍କୁଲରେ ଛାତ୍ରୀଙ୍କୁ ତାଲା ପକାଇବା ଘଟଣାରେ ଛାତ୍ରୀଙ୍କୁ ଉଦ୍ଧାର କରିଛି ପାଟପୁର ପୋଲିସ
ସାନଖେମଣ୍ଡି (ପଦ୍ମଲୋଚନ ପାଣିଗ୍ରାହୀ): ସାନଖେୁଣ୍ଡି ବ୍ଲକ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ମଧ୍ୟ ରେ କନ୍ଦଳ ଚାଲିଥିବା ବେଳେ ମୋହରା ହେଉଛନ୍ତି ଛାତ୍ରୀ।ପରିସ୍ଥିତି ଜଟିଳ ଆଡ଼କୁ ଗତି କରୁଛି।ଉଚ୍ଚ କତପକ୍ଷ ଦୃଷ୍ଟି ଦେଉନଥିବା ଅଭଯୋଗ ଆଣିଛନ୍ତି ଗ୍ରାମବାସୀ ଅଭିଭାବକ।ସ୍କୁଲ ପରିସର ମଧ୍ୟରେ ଛାତ୍ରୀ ଙ୍କୁ ରଖି ତାଲାପକାଇ ଶିକ୍ଷକ ମାନେ ଚାଲିଯିବା ଘଟଣା ଅଞ୍ଚଳ ରେ ଆଲୋଡନ ସୃଷ୍ଟି ହୋଇଛି।ଏନେଇ ଛାତ୍ରୀ ଜଣକ ଙ୍କ ବାପା,ମା ପାଟପୁର ଥାନା ରେ ଅଭିଯୋଗ କରିବା ଫଳରେ ପାଟପୁର ପୋଲିସ ଛାତ୍ରୀଙ୍କୁ ଉଦ୍ଧାର କରି ମେଡିକଲ ପଠାଇଛି।ଘଟଣା ରୁ ଜଣାପଡ଼ିଛି ସ୍କୁଲ ର ହିନ୍ଦୀ ଶିକ୍ଷୟତ୍ରି ସୁଚିଶ୍ମିତା ମହାରଣା କିଛି ଛାତ୍ରୀ ଙ୍କୁ ନେଇ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି ପ୍ରଧାନ ଶିକ୍ଷକ ଓ ଶିକ୍ଷୟତ୍ରି ଙ୍କୁ ବଦନାମ କରିବା ପାଇଁ ଛାତ୍ରୀ ଙ୍କୁ ମୋହରା ବନାଉଥିବା ଘଟଣା ଟେ ସ୍ଥାନୀୟ ଗ୍ରାମବାସୀ ଓ ଅଭିଭାବକ ସ୍କୁଲ ର ସଭାପତି ପ୍ରଶାନ୍ତ ସ୍ୱାଇଁ ସିକ୍ଷୟତ୍ରି ଙ୍କୁ ତାଗିଦ୍ କରିଛନ୍ତି।ଆଜି ୧୧:୩୦ ସମୟ ରେ ସମସ୍ତ ଛାତ୍ରୀ ଙ୍କୁ ଛାଡ଼ି ଦିଆଯାଇଥିଲା।ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ମାନେ କିଛି ସମୟ ସ୍କୁଲ ରେ ବସିବା ପରେ ୧୨:୩୦ ସମୟ ରେ ସ୍କୁଲ ଛାଡ଼ି ଚାଲିଯାଇଥିଲେ।ସ୍କୁଲ ପରିସର ମଧ୍ୟ ରେ କୌଣସି ଛାତ୍ରୀ ନଥିବା ବେଳେ ସ୍କୁଲ ବନ୍ଦ ହେବା କିଛି ସମୟ ଭିତରେ ଜଣେ ଛାତ୍ରୀ କାନ୍ଦି କାନ୍ଦି ସ୍କୁଲ ଫାଟକ ପାଖରେ ବସି ସ୍କୁଲ ର ପ୍ରଧାନ ଶିକ୍ଷକ ଏବଂ ଅନ୍ୟ ଶିକ୍ଷୟିତ୍ରୀ ଙ୍କ ନାମ ରେ କିଛି ଅଭିଯୋଗ କରୁଥିବା ଶୁଣି ମିଳିଥିଲା।ଛାତ୍ରୀ ଜଣକ ଘରେ ପହଞ୍ଚି ନଥିବା ରୁ ବାପା ମା ସ୍କୁଲ ରେ ପହଞ୍ଚି ଦେଖିଲେ ଗେଟ୍ ରେ ବସି ଛାତ୍ରୀ ଜଣକ କାନ୍ଦୁଛି।ଏନେଇ ପାଟପୁର ଥାନା ରେ ଅଭିଯୋଗ କରିବା ଫଳରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଗେଟ୍ ଖୋଲି ଛାତ୍ରୀ ଜନକୁ ଉଦ୍ଧାର କରି ମେଡିକାଲ ପଠାଇଥିବା ଜଣାପଡ଼ିଛି।ଘଟଣା ସ୍ଥଳରେ ଗ୍ରାମବାସୀ ଅଭିଭାବକ ମାନେ ହିନ୍ଦୀ ଶିକ୍ଷୟତ୍ରୀ ଙ୍କ ଯୋଜନା ବଧ ଭାବେ ଏଭଳି ଘଟଣା ହୋଇଛି ବୋଲି ଅଭିଯୋଗ କରିଥିଲେ।ବିଭିନ୍ନ ସମୟରେ ସୁଚିନ୍ତିତ ଭାବେ ଆପତି ଅଭିଯୋଗ ଆଣୁଥିବା,ବିଶୃଙ୍ଖଳା ସଷ୍ଟି କରୁଥିବା ଜଣାପଡିଛି।ଏନେଇ ପ୍ରଧାନ ଶିକ୍ଷକ ଦୀନବନ୍ଧୁ ବେହେରା କହିଛନ୍ତି ଶିକ୍ଷୟତ୍ରି ଙ୍କ ନାମ ରେ ଡି.ଇ.ଓ ଅମୂଲ୍ୟ ପ୍ରଧାନ ଙ୍କୁ ଲିଖିତ ଅଭିଯୋଗ ଜଣାଇଛି।ଆଜିର ଘଟଣା କୁ ନେଇ କହିଛନ୍ତି ଯୋଜନାବଦ୍ଧ ଭାବେ କରାଯାଇଛି ।ସ୍କୁଲ ବନ୍ଦ କରିବା ସମୟର କେହିନଥିଲେ ଛାତ୍ରୀ ଜଣକ କିଭଳି ଫାଟକ ମଧ୍ୟରେ ପଶିଲେ ଏହା ଆଶ୍ଚର୍ଯ୍ୟଜନକ।ଏନେଇ ସ୍କୁଲ ସଭାପତି ପ୍ରଶାନ୍ତ ସ୍ୱାଇଁ ଡି ଇ ଓ ଙ୍କୁ ଶିକ୍ଷୟତ୍ରୀ ଙ୍କ ନାମ ରେ ଅଭିଯୋଗ କରିଥିବା କହିଛନ୍ତି।ଏ ଘଟଣା କୁ ନେଇ ଡି ଇ ଓ ଅମୂଲ୍ୟ ପ୍ରଧାନ ଙ୍କୁ ପଚାରିବାରୁ କହିଲେ ପୂର୍ବରୁ ଶିକ୍ଷୟତ୍ରୀ ଙ୍କ ନାମରେ ଅଭିଯୋଗ ଆସିଛି ଏହାର ତଦନ୍ତ କରି କାର୍ଯ୍ୟାୁଷ୍ଠାନ ଗ୍ରହଣ କରାଯିବ।ଆଜିର ଘଟଣା କୁ ନେଇ ଡି ଇ ଓ କହିଛନ୍ତି ଏହା ଏକ କଳ୍ପ କଳ୍ପିତ ଘଟଣା,ବୋଲି ସୂଚନା ଦେଛନ୍ତି।ହିନ୍ଦୀ ଶିକ୍ଷୟତ୍ରୀ ଙ୍କୁ ତୁରନ୍ତ ବଦଳି କରିବା ପାଇଁ ସ୍ଥାନୀୟ ଗ୍ରାମବାସୀ,ଅଭିଭାବକ ଉଚ୍ଚ କତୃପକ୍ଷ ଙ୍କୁ ଦୃଷ୍ଟି ଆକର୍ଷଣ କରିଛନ୍ତି।ତୁରନ୍ତ ବଦଳି କରାନଯାଏ ଧାରଣା ରେ ବସିବାକୁ ସେତବନି ଦେଇଛନ୍ତି।


