ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ତାଲିମ ଶିବିର ” ପ୍ରଗତି”
ମୋହନା, (ଅଂଶୁମାନ ପଣ୍ଡା):ଗଣପତି ଜିଲ୍ଲା ମୋହନାରେ ବିଦ୍ୟାଳୟ ର ସାମଗ୍ରିକ ବିକାଶ, ଶିକ୍ଷାର୍ଥୀ ଙ୍କ ଶୈକ୍ଷିକ, ସହ ଶୈକ୍ଷିକ ଜ୍ଞାନ ର ଅଭିବୃଦ୍ଧି ଓ ଚରିତ୍ର ଗଠନ ସହ ବିଦ୍ୟାଳୟ ରେ ଏକ ଶିଶୁ ସୁଲଭ ପରିବେଶ ଗଠନ କରିବା ସହିତ ପ୍ରଧାନ ଶିକ୍ଷକ ଓ ଶିକ୍ଷୟତ୍ରୀ ଙ୍କ ବୃତ୍ତିଗତ ଜ୍ଞାନ ର ପ୍ରତିପୁଷ୍ଟି ପାଈଁ ଏକ ତ୍ରିଦିବସୀୟ ତାଲିମ ଶିବିର “ପ୍ରଗତି ” ଅନୁଷ୍ଠିତ ହୋଇଯାଇଛି l ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ, ଓଡିଶା ଓ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ, ପାରଳାଖେମୁଣ୍ଡି ଙ୍କ ମିଳିତ ଆନୁକୂଲ୍ୟରେ ମୋହନା ବିମଳା ବାଳିକା ଉଚ୍ଚ ବିଦ୍ୟାଳୟ ରେ ଗତ ୧୭ ତାରିଖ ଠାରୁ ଆରମ୍ଭ ହୋଇ ୧୯ ତାରିଖରେ ଉଦଯାପିତ ହୋଇଛି l ଏହି ଅବସରରେ ରେ ମୋହନା ଗୋଷ୍ଠି ଶିକ୍ଷାଧିକାରୀ ନରେନ୍ଦ୍ର ବେହେରା,ପାରଳାଖେମୁଣ୍ଡି ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ର ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ ତଥା ମୋହନା ପର୍ଯ୍ୟବେକ୍ଷକ ପ୍ରଦୀପ କୁମାର ଜେନା,ସହ ଗୋଷ୍ଠି ଶିକ୍ଷାଧିକାରୀ ସୋମେଶ ରାଓ , ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଈଶ୍ୱର ଚନ୍ଦ୍ର ନାୟକ , ବରିଷ୍ଠ ଶିକ୍ଷକ ଶଙ୍କର ପଣ୍ଡା ଓ ସି ଆର ସି ସି ସିଦ୍ଧାର୍ଥ ପାତ୍ର ଯୋଗ ଦେଇ ତାଲିମ ର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ l ଏହି ତାଲିମ ଶିବିର ରେ ମୋହନା ବ୍ଲକର ୫୦ ଟି ପ୍ରାଥମିକ ବିଦ୍ୟାଳୟ ର ୫୦ ଜଣ ପ୍ରଧାନ ଶିକ୍ଷକ ଓ ଶିକ୍ଷୟତ୍ରୀ ତାଲିମା ନେଇଥିଲେ l ଏହି କାର୍ଯ୍ୟକ୍ରମ ରେ ବରିଷ୍ଠ ଶିକ୍ଷକ କରୁଣା ରାଇକା, ଜୟ ସେଠି, ଭାସ୍କର ବିଷୋୟୀ ଓ ଶରତ ମଲ୍ଲିକ ସମ୍ବଳ ଶିକ୍ଷକ ଭାବେ ତାଲିମ ଦେଇଥିଲେ l ମୋହନା ବ୍ଲକ ସମ୍ବଳ କର୍ମୀ ପ୍ରକାଶ ଚନ୍ଦ୍ର ସାହୁ ଓ ଶିକ୍ଷକ ଗୌରହରି ପୋଲାଈ ତାଲିମ ଶିବିର କୁ ପରିଚାଳନା କରିଥିଲେ l