ଶିକ୍ଷାକର୍ମଚାରୀଙ୍କୁ ସମ୍ମାନୀତ କଲା ଜିଲା ଓଷ୍ଟା ସଂଘ

ବନ୍ତ, (ଚାନ୍ଦିନୀ ମହାନ୍ତି) : ଭଦ୍ରକ ଜିଲା ଓଷ୍ଟା ସଂଘ ପକ୍ଷରୁ ବନ୍ତ ବ୍ଲକ ନିଳୋକ ହାଇସ୍କୁଲର ଅବସରପ୍ରାପ୍ତ ଶିକ୍ଷାକର୍ମଚାରୀ ସନାତନ ନାୟକଙ୍କୁ ସମ୍ମାନୀତ କରାଯାଇଛି । ହାଇସ୍କୁଲ ପରସରରେ ଆୟୋଜିତ ଅବସର କାଳୀନ ସମ୍ବର୍ଦ୍ଧନା ସଭାରେ ଜିଲା ଓଷ୍ଟା ସମ୍ପାଦକ ପ୍ରଦୀପ୍ତ କୁମାର ଦାସ, ରାଜ୍ୟ ଓଷ୍ଟାର କାର୍ଯ୍ୟକାରୀ କମିଟିର ସଭ୍ୟ ଅକ୍ଷୟ କୁମାର ହୋତା ଯୋଗ ଦେଇ ଶ୍ରୀ ନାୟକଙ୍କୁ ମାନପତ୍ର ଓ ଉପଢୌକନ ପ୍ରଦାନ ପୂର୍ବକ ସମ୍ମାନୀତ କରିଥିଲେ । ଶ୍ରୀ ନାୟକ ନିଳୋକ ହାଇସ୍କୁଲରେ ଦୀର୍ଘ ୪୨ ବର୍ଷ ଧରି ଶିକ୍ଷାକର୍ମଚାରୀ ଭାବେ କାର୍ଯ୍ୟ କରିଆସୁଥିଲେ । ଗୁରବାର ସେ ଚାକିରୀରୁ ଅବସର ନେଇଥିଲେ । ସେ ଜଣେ କର୍ତ୍ତବ୍ୟନିଷ୍ଠ, ଛାତ୍ରବତ୍ସଳ ଓ ପରୋପକାରୀ ବ୍ୟକ୍ତି ଥିଲେ । ବିଦ୍ୟାଳୟ ପାଇଁ ତାଙ୍କର ଅତୁଳନୀୟ ଅବଦାନ ଥିଲା ବୋଲି ଆୟୋଜିତ ସଭାରେ ବକ୍ତା ମାନେ କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ