ଶିକ୍ଷାନୁଷ୍ଠାନରେ ଅଗ୍ନିନିରାପତ୍ତା ତଦାରଖ କରିବାକୁ ଶିଶୁମଙ୍ଗଳ କମିଟିର ନିର୍ଦ୍ଦେଶ

ବାଲେଶ୍ୱର, ,(ଯୁଗାବ୍ଦ ନ୍ୟୁଜ୍) : ବାଲେଶ୍ୱର ଜିଲ୍ଲାରେ ଅନେକ ଆବାସିିକ ବିଦ୍ୟାଳୟ ରହିଛି, ଯେଉଁଠାରେ କି ୧୮ ବର୍ଷରୁ କମ୍ ପିଲାମାନେ ରହି ପାଠ ପଢ଼ୁଛନ୍ତି । ଏତଦ୍ବ୍ୟତୀତ ଉକ୍ତ ଅନୁଷ୍ଠାନମାନଙ୍କରେ ଛୋଟଛୋଟ ପିଲା ନିଜଘରୁ ଯିବା ଆସିବା କରି ମଧ୍ୟ ପଢ଼ୁଛନ୍ତି । ମାତ୍ର ବିଦ୍ୟାଳୟ ତଥା ଛାତ୍ରାବାସ ମାନଙ୍କରେ ଆବଶ୍ୟକୀୟ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନଥିବାର ଖବର ପାଇ, ଉକ୍ତ ଅନୁଷ୍ଠାନମାନ ପରିଦର୍ଶନ କରି ଅଗ୍ନି ନିରାପତ୍ତା ଆଧାରରେ ସମସ୍ତ ବ୍ୟବସ୍ଥା ସଠିକ୍ ଅଛିକି ନାହିଁ ତାହା ୩୦ଦିନ ମଧ୍ୟରେ ଜଣାଇବା ସକାସ ଶିଶୁମଙ୍ଗଳ କମିଟି, ବାଲେଶ୍ୱର ଜିଲ୍ଲା ଅଗ୍ନି ନିରାପତ୍ତା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଅଗ୍ନିନିରାପତ୍ତା ବ୍ୟବସ୍ଥା ସମ୍ପର୍କରେ ସମସ୍ତ ବିଦ୍ୟାଳୟର ଛୋଟଛୋଟ ପିଲାମାନଙ୍କୁ ସଚେତନତା ଶିବିର ତଥା ସେମିନାରମାନ କରିବାକୁ ନିର୍ଦ୍ଦେଶ ଦେବା ସଙ୍ଗେସଙ୍ଗେ ଆପଦକାଳୀନ ସମୟରେ କିପରି ନିରାପଦରେ ଜୀବନରକ୍ଷା କରିପାରିବେ ତାହା ପିଲାମାନଙ୍କୁ ପ୍ରତ୍ୟେକ୍ଷ ପ୍ରଦର୍ଶନ କାର୍ଯ୍ୟକ୍ରମ ମାଧ୍ୟମରେ ଶିକ୍ଷାଦେବାକୁ ଶିଶୁମଙ୍ଗଳ କମିଟି ନିର୍ଦ୍ଦେଶ ଦେଇଥିବାର ଅଧ୍ୟକ୍ଷ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ