ଶିକ୍ଷାବର୍ଷ ସରିବାକୁ ବସିଲାଣି ତଥାପି ଛାତ୍ରଛାତ୍ରୀଙ୍କୁ ମିଳିନାହିଁ ୟୁନିଫର୍ମ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଶିକ୍ଷା ବର୍ଷ ଶେଷ ହେବାକୁ ଯାଉଛି. ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ମଧ୍ୟ ଆସନ୍ତା ଫେବ୍ରୁଆରି ମାସ ୨୯ରୁ ଆରମ୍ଭ ହେବ. ହେଲେ ଆଶ୍ଚର୍ଯ୍ୟର ବିଷୟ, ବର୍ତମାନ ସୁଦ୍ଧା ଗଜପତି ଜିଲ୍ଲାର କୌଣସି ଛାତ୍ରଛାତ୍ରୀଙ୍କୁ ୟୁନିଫର୍ମ ମିଳିପାରିନି. ଗଙ୍ଗାଧର ମେହେର ଶିକ୍ଷାମାନ ବୃଦ୍ଧି ଯୋଜନାରେ ସମସ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁପୋଷାକ ଯୋଗାଣ କରିବାର ନିୟମ ରହିଥିଲେ ଶିକ୍ଷାବର୍ଷ ଶେଷ ହେବାକୁ ଯାଉଥିବା ବେଳେ ମଧ୍ୟ ଗଜପତି ଜିଲ୍ଲାରେ ପୋଷାକ ଯୋଗାଣରେ ବିଳମ୍ବ କରାଯାଇଛି. ସୂଚନା ମୁତାବକ ଗଜପତି ଜିଲ୍ଲାର ୧୧୬ଟି ହାଇସ୍କୁଲରେ ନବମ ଏବଂ ଦଶମ ଶ୍ରେଣୀରେ ଅଧ୍ୟୟନରତ ଥିବା ମୋଟ ୧୬,୪୨୨ ଜଣ ଛାତ୍ରଛାତ୍ରୀ ସରକାରୀ ଭାବେ ପୋଷାକ ପାଇକାକୁ ଥିବାବେଳେ ବର୍ତମାନ ସୁଦ୍ଧା ୟୁନିଫର୍ମ ପାଇବାକୁ ବଞ୍ଚିତ ରହିଛନ୍ତି. ରାଜ୍ୟରେ ନୂତନ ସରକାର ଆସିବା ପରେ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଯାଉଥିବା ସବୁଜ ରଙ୍ଗର ୟୁନିଫର୍ମ ବଦଳରେ ନୂତନ ୟୁନିଫର୍ମ ନିଷ୍ପତି କାର୍ଯ୍ୟକାରୀ କରିବା ନିର୍ଦ୍ଦେଶ ରହିଥିବା ବେଳେ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ପୋଷାକ ଯୋଗାଇ ଦେବାରେ ବିଳମ୍ବ କାହିଁକି ହେଉଛି ବୋଲି ଅଭିଭାବକ ପ୍ରଶ୍ନ କରିଛନ୍ତି. ଏ ନେଇ ଜିଲ୍ଲା ଶିକ୍ଷା ଅଧିକାରୀତ.ମାୟାଧର ସାହୁଙ୍କୁ ପଚାରିବାକୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପରେ ଛାତ୍ରଛାତ୍ରୀଙ୍କ ନିମନ୍ତେ ନୂତନ ପୋଷାକ ବ୍ୟବସ୍ଥା କରାଯାଇଛି ସରକାରଙ୍କ ଠାରୁ ଅନୁଦାନ ଆସିବା ପରେ ଜିଲ୍ଲାପାଳଙ୍କ ଅନୁମୋଦନ ପରେ ସମସ୍ତ ବିଦ୍ୟାଳୟର ଆକାଉଣକୁ ଟଙ୍କା ପଠାଇ ଦିଆଯାଉଛି ଏବଂ ଯଥାଶୀଘ୍ର ସମସ୍ତ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ପୋଷାକ ପ୍ରଦାନ କରିବାକୁ ସମସ୍ତ ବିଦ୍ୟାଳୟକୁ ଅନୁରୋଧ କରାଯାଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ