ଶିକ୍ଷାବିତ୍ ନରହରି ଜେନାଙ୍କ ସ୍ମୃତିସଭା
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡ଼ା ଜିଲ୍ଲାର ସୁନାମଧନ୍ୟ ଶିକ୍ଷାବିତ୍ ବୀଣାପାଣି ଉଚ୍ଚବିଦ୍ୟାଳୟର ପୂର୍ବତନ ପ୍ରଧାନଶିକ୍ଷକ ନରହରି ଜେନାଙ୍କ ଏକାଦଶାହର ଉପଲକ୍ଷେ ଏକ ସ୍ମୃତିସଭା ତାଙ୍କ ବାସଭବନସ୍ଥିତ ରାଜଗଡ ଗ୍ରାମରେ ଅନୁଷ୍ଠିତ ହୋଇଥିଲା । ଆଦର୍ଶ ଶିକ୍ଷକ ଭାବେ ଖ୍ୟାତିଲାଭ କରିଥିବା ସ୍ୱର୍ଗତ ଜେନାଙ୍କ ଉଦ୍ୟମରେ ଗ୍ରାମରେ ଡାକଘର ପ୍ରତିଷ୍ଠା କରିବା ସହିତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ସ୍ଥାପନ କରି ଏହି ଅଞ୍ଚଳବାସୀଙ୍କ ହୃଦୟରେ ଅମର ହୋଇ ରହିଛନ୍ତି ବୋଲି ବରିଷ୍ଠ ବିଜେଡି ନେତା ଶିକ୍ଷକ ନେତା ଭଜକୃଷ୍ଣ ରାଉତ, ଅଧ୍ୟାପକ ଡ. ଶ୍ରୀଧର ସାମଲ, ବିଶିଷ୍ଟ ଶିକ୍ଷାବିତ୍ ଗନ୍ଧର୍ବ ନାୟକ, ପୂର୍ବତନ ଜିଲ୍ଲା ପରିଷଦ ଉପସଭାପତି ଧୀରେନ୍ଦ୍ର ପୃଷ୍ଟି, ସମାଜସେବୀ ଭକ୍ତଚରଣ ମଲ୍ଲ, ଅଶୋକ କୁମାର ମହାପାତ୍ର ପ୍ରାକ୍ତନ ଅଧ୍ୟକ୍ଷ ଅଜୟ ସାମଲ ସ୍ମୃତିଚାରଣରେ କହିଥିଲେ । ନିର୍ମାତା ବାବାଜୀ ପଢିହାରୀ ଧନ୍ୟବାଦ ଅର୍ପଣ କରିଥିଲେ । ରାଜଧାନୀ କଳାନିକେତନ ଭଜନ ପରିବେଷଣ କରିଥିଲେ ।