ଶିକ୍ଷାବିତ୍ ମଧୁସୂଦନ ରାଉତଙ୍କ ପରଲୋକ
ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଟିଲୋ ଗ୍ରାମର ବରିଷ୍ଠ ଶିକ୍ଷାବିତ୍ ମଧୁସୂଦନ ରାଉତ(୯୪)ଙ୍କର ଶନିବାର ପରଲୋକ ଘଟିଛି । ମୃତ୍ୟୁ ଖବର ପାଇ ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ହରମୋହନ ବେହେରା, ବସନ୍ତ କର, ବାବୁଲା ବେହେରା, ଶ୍ୟାମସୁନ୍ଦର ଦାସ, ସଂଗ୍ରାମ କେଶରୀ ଜେନା, ଇଂ.ଲକିମାଷ୍ଟର ସ୍ୱାଇଁ, ମାଧବାନନ୍ଦ ବିଶ୍ୱାଳଙ୍କ ସମେତ ବହୁ ଛାତ୍ର ଓ ଶତାଧିକ ଲୋକ ତାଙ୍କର ଶେଷ ଦର୍ଶନ କରିଥିଲେ । ମୃତ୍ୟୁ ଶର୍ଯ୍ୟା ନିକଟରେ ବସନ୍ତ ରାଉତ, ହେମନ୍ତ, ସୁଶାନ୍ତ, କନ୍ୟା ମନୁ, ଜ୍ୱାଇଁ, ନାତିନାତୁଣୀ, ପୁତ୍ରବଧୁ ଉପସ୍ଥିତ ଥିଲେ । ବଡପୁଅ ଶରତ ରାଉତ ମୁଖାଗ୍ନି ଦେଇଥିଲେ । ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।


