ଶିକ୍ଷାବିତ ପ୍ରାଣକୃଷ୍ଣ ସାମଲଙ୍କ ପରଲୋକ

ହାଟଡିହି (ଓ୍ବାଇଏନ୍ଏସ୍) : ପନ୍ଦାଡୋ ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ତଥା ବିଶିଷ୍ଟ ଶିକ୍ଷାବିତ ପ୍ରାଣକୃଷ୍ଣ ସାମଲଙ୍କ ଆଜି ୮୩ବର୍ଷ ବୟସରେ ନିଜ ଗ୍ରାମ ପନ୍ଦାଡୋରେ ପରଲୋକ ହୋଇଯାଇଛି । ସେ ଜଣେ ବିଶିଷ୍ଟ ଶିକ୍ଷାବିତ ଓ ଦକ୍ଷ ସଂଗଠକ ଭାବେ ସମଗ୍ର ଅଞ୍ଚଳରେ ପରିଚିତ ଥିଲେ । ସେ ଘଟଗାଁ ନିକଟସ୍ଥ ହଳଧରପୁର ସ୍କୁଲରେ ନିଜ ଶିକ୍ଷକତା ଜୀବନ ଆରମ୍ଭ କରିଥିବାବେଳେ ପରବର୍ତ୍ତୀ ସମୟରେ ଗୋପ, ବିଦ୍ୟାଧରପୁର, ଜମ୍ଭୀରା ଓ ଶେଷରେ ଢ଼େଙ୍କା ସ୍କୁଲରୁ ଶିକ୍ଷକତା ଜୀବନରୁ ଅବସର ଗ୍ରହଣ କରିଥିଲେ । ଆଜି ତାଙ୍କର ହୃଦଘାତରେ ପରଲୋକ ଘଟିଥିଲା । ପରଲୋକ ଖବର ପାଇ ସୁନ୍ଦରାପାଳ ରାଇସମିଲର ଏମ.ଡି ଅଲେଖ ଚନ୍ଦ୍ର ମଲ୍ଲିକ, ଶିକ୍ଷକସଂଘ ନେତା ଶ୍ରୀକାନ୍ତ ପଟ୍ଟନାୟକ, କ୍ଷୀରୋଦ କୁମାର ବ୍ରହ୍ମ, ଏବିଇଓ ମନମୋହନ ସାମଲ, ବଳରାମ ରାଉତ, ସୁରନ୍ଦ୍ର କୁମାର ନାୟକ, ଗୋପାଳକୃଷ୍ଣ ରାଉତ, କୁଳମଣି ରାଉତ, ନିକୁଞ୍ଜ ଓଝାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ । ପରେ ତାଙ୍କ ମରଶରୀରକୁ ଗ୍ରାମ ପରିକ୍ରମା କରାଇବା ପରେ ଗାଁ ସ୍ମଶାନରେ ଶେଷକୃତ୍ତ୍ୟ ସମ୍ପର୍ଣ୍ଣ କରାଯାଇଥିଲା । ଭାଇ ବିଦ୍ୟାଧର ସାମଲ, ବଡପୁଅ ହେମନ୍ତ ସାମଲ , ବନ୍ଧୁ ଓ ପରିବାରବର୍ଗ ସଂସ୍କାର କାର୍ଯ୍ୟରେ ସାମିଲ ହୋଇଥିବାବେଳେ ସାନପୁଅ ଶ୍ରୀମନ୍ତ ସାମଲମୁଖାଗ୍ନି ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ