ଶିକ୍ଷା ଦାନ ମଧ୍ୟାହ୍ନ ଭୋଜନ ରୁ ବଞ୍ଚିତ ବିଦ୍ୟାର୍ଥୀ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ନିଜର ତିନି ଦଫା ନାର୍ଯ୍ୟ ଦାବି ନେଇ ପ୍ରାଥମିକ ଶିକ୍ଷକମାନେ ସରକାରଙ୍କୁ ବାରମ୍ବାର ଅନୁରୋଧ କରି ବିଫଳ ହେବା ପରେ ଆଜି ସାରା ରାଜ୍ୟର ପ୍ରାଥମିକ ଶିକ୍ଷକମାନେ ସମୁହ ଛୁଟି ଭଳି ଚରମ ନିଷ୍ପତି ଗ୍ରହଣ କରିଥିବା ଦେଖିବାକୁ ମିଳିଛି। ରାଜ୍ୟ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ୟୁନିୟନ ର ଆହ୍ୱାନ କ୍ରମେ ସମଗ୍ର ରାଜ୍ୟର ପ୍ରାଥମିକ ଶିକ୍ଷକମାନେ ବିଦ୍ୟାଳୟରେ ସମସ୍ତ କାର୍ଯ୍ୟକ୍ରମ ବନ୍ଦ କରି ସାମୁହିକ ଛୁଟି ନେଇ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି I ଏହି ପ୍ରରିପ୍ରେକ୍ଷୀରେ ସାନଖେମୁଣ୍ଡି ବ୍ଲକ୍ ରେ ମଧ୍ୟ ଶିକ୍ଷାଦାନ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି I ସାନଖେମୁଣ୍ଡି ବ୍ଳକ୍ ର ସମସ୍ତ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀ ସାମୂହିକ ଛୁଟିରେ ବିଦ୍ୟାଳୟ ଛାଡ଼ି ସାନଖେମୁଣ୍ଡି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିବା ଦେଖିବାକୁ ମିଳିଛି I ରାଜ୍ୟ ସରକାର ସେମାନଙ୍କ ତିନି ଦଫା ଦାବି ତଥା କନିଷ୍ଠ ଶିକ୍ଷକଙ୍କୁ ନିୟମିତ ପୁରୁଣା ପେନସନ ବ୍ୟବସ୍ଥା ଲାଗୁ କରିବା ଛଅ ବର୍ଷର ଶିକ୍ଷା ସହାୟକ ସମୟକୁ ମୂଳ ଚାକିରିରେ ଗଣନା କରିବା, ଗ୍ରେଡ୍ ପେ ବୃଦ୍ଧିକରି କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ, ଏକ୍ସ କ୍ୟାଡର୍ ଭୁକ୍ତ ଶିକ୍ଷକଙ୍କୁ କ୍ୟାଡର୍ ଭୁକ୍ତ କରିବା, କଳାକ୍ରୀଡା଼ ଶିକ୍ଷକଙ୍କୁ ନିୟମିତ ଶିକ୍ଷକର ମାନ୍ୟତା ସମେତ ବିଭିନ୍ନ ମୌଳିକ ଦାବି ପାଇଁ ସମୂହ ଧାରଣା ଆନ୍ଦୋଳନ ଯୋଗୁଁ ପିଲାଙ୍କ ପାଠ ପଢିବା ମଧ୍ୟାହ୍ନ ଭୋଜନ ବାଧା ପ୍ରାପ୍ତ ହୋଇଛି। ବ୍ଳକ୍ ର ୧୩୦ ବିଦ୍ୟାଳୟର ୬୧୩ ଜଣ ସମସ୍ତ ବର୍ଗର ପ୍ରଥମିକ ଶିକ୍ଷକ ଶିକ୍ଷୟିତ୍ରୀ,କଳାକ୍ରୀଡା ଶିକ୍ଷକ ଏବଂ ଏକ୍ସ୍ କ୍ୟାଡର୍ ଭୁକ୍ତ ଶିକ୍ଷକ ଆଜିଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନରେ ଯୋଗ ଦେଇଛନ୍ତି I ଅନ୍ୟପଟେ ବିଦ୍ୟାଳୟ ଗୁଡ଼ିକରେ ଶିକ୍ଷକ ଶିକ୍ଷୟିତ୍ରୀ ଅନୁପସ୍ଥିତ ଥିବାରୁ ଛାତ୍ରଛାତ୍ରୀଙ୍କ ପାଠ ପଢା ଏବଂ ମଧ୍ୟାହ୍ନଭୋଜନ କ୍ଷେତ୍ରରେ ଅବ୍ୟବସ୍ଥା ସୃ୍ଷ୍ଟି ହୋଇଛି I ସରକାର ସମସ୍ତ ବିଭାଗରେ ଠିକା ପ୍ରଥା ଉଚ୍ଛେଦ କରିଥିବା ବେଳେ ପ୍ରାଥମିକ ଶିକ୍ଷକଙ୍କ କ୍ଷେତ୍ରରେ କିନ୍ତୁ ଏହାର ସମ୍ପୂର୍ଣ୍ଣ ବ୍ୟତିକ୍ରମ ଦେଖାଦେଇଥିବାରୁ ଶିକ୍ଷକ ଶିକ୍ଷୟିତ୍ରୀମାନେ କ୍ଷୋଭ ପ୍ରକାଶ କରିଥିବା ଶୁଣିବାକୁ ମିଳିଛି I ସରକାର ସେମାନଙ୍କ ଦାବି ସମୂହକୁ ପୂରଣ ନହେବା ପର୍ଯ୍ୟନ୍ତ ଶିକ୍ଷକ ମାନେ ବିଦ୍ୟାଳୟକୁ ଯିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି I ପ୍ରାଥମିକ ଶିକ୍ଷକ ୟୁନୀୟନ୍ ର ସଭାପତି କୈଳାସ ଚନ୍ଦ୍ର ଦାସ ସମ୍ପାଦକ ବଳରାମ ପୃଷ୍ଟି କନିଷ୍ଠ ଶିକ୍ଷକ ସଂଘ ବ୍ଲକ ସଭାପତି ଅଶୋକ କୁମାର ଖୁଣ୍ଟିଆ ସମ୍ପାଦକ ଶୁଶାନ୍ତ କୁମାର ତ୍ରିପାଠୀ ଗଣଶିକ୍ଷକ ସଂଘର ସଭାପତି ସୁଧାଂଶୁ ପଟ୍ଟନାୟକ କଳା ଓ କ୍ରୀଡା ଶିକ୍ଷକ ସଂଘ ସଭାପତି ଭଗବାନ ବେହେରାଙ୍କ ନେତୃତ୍ବରେ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଅନୁଷ୍ଠିତ କାର୍ଯ୍ୟକ୍ରମ ଧାରାଣା ରେ ବସିବା ସହ ପ୍ରାଥମିକ ବିଦ୍ୟାଳୟ ର ଶିକ୍ଷକ ମାନଙ୍କ ମୌଳିକ ଅଧିକାର ଗୁଡ଼ିକୁ ସରକାର ତୁରନ୍ତ ପୂରଣ କରନ୍ତି ନଚେତ୍ ଆନ୍ଦୋଳନ ଆହୁରି ତୀବ୍ରତର କରାଯିବ ବୋଲି ଚେତାବନୀ ଦେଇଛନ୍ତି।ଅନ୍ୟପଟେ ପିଲାଙ୍କ ପାଠ ପଢା ଶିକ୍ଷାଦାନ ବ୍ୟତିକ୍ରମ ମଧ୍ୟ ହେଉଛି ସରକାର ଦାୟୀ ରହିବେ।ସେଇଥି ପାଇଁ ସରକାର ଶୀଘ୍ର ନିଷ୍ପତି ଗ୍ରହଣ କରିବାକୁ ଧାରଣା ରେ ବସିଥିବା ଶିକ୍ଷକ ଶିକ୍ଷୟତ୍ରୀ ମାନେ ମତ ପ୍ରକାଶ କରିଛନ୍ତି।