ଶିକ୍ଷା ପ୍ରଗତିର ଚାବିକାଠି: ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି
ରାଇରଙ୍ଗପୁର,(ଯୁଗାବ୍ଦ ନ୍ୟୁଜ୍): ମୟୂରଭଂଜ ଜିଲ୍ଲାର ଅଗ୍ରଣୀ ଇଂଲିଶ ମିଡିୟମ ସ୍କୁଲ ରାଇରଙ୍ଗପୁରସ୍ଥ କେରଲା ପବ୍ଲିକ ସ୍କୁଲର ୨୪ ତମ ବାର୍ଷିକ ଉତ୍ସବ ଶିକ୍ଷକ, ଛାତ୍ରଛାତ୍ରୀ ଏବଂ ଅଭିଭାବକ ଦ୍ବାରା ଧୁମଧାମରେ ପାଳିତ ।ଏହି ଉତ୍ସବରେ ଓଡ଼ିଶା ସରକାରଙ୍କ ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି ମୁଖ୍ୟ ଅତିଥି, ମୁଖ୍ୟ ବକ୍ତା ଭାବେ ଡଃ ସ୍ଵୟମ୍ବର ସିଂ, ସମ୍ମାନିତ ଅତିଥି ସାର କଣା ପୂର୍ବତନ ବିଧାୟକ ଭାଦବ ହାଁସଦା ,ମୁରାରି ମୋହନ ଶର୍ମା,କେରଲା ପବ୍ଲିକ ସ୍କୁଲର ଡାଇରେକ୍ଟର କେ ସି ନାୟାର, ବିଦ୍ୟାଳୟ ପ୍ରନସିପାଲ ଗୀତାଞ୍ଜଳି ତ୍ରିପାଠୀ, ସମାଜସେବୀ ଅରବିନ୍ଦ ବାଗାଡିଆ ପ୍ରମୁଖ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ । ମୟୂରଭଂଜ ଜିଲ୍ଲାଭଳି ଆଦିବାସୀ ଅଧ୍ୟୁଷିତ ରାଇରଙ୍ଗପୁର ଅଂଚଳରେ ଗଢି ଉଠିଥିଲା ସୁମଣିଷ ଟିଏ ଗଢ଼ିବା କେରଳ ପବ୍ଲିକ ସ୍କୁଲର ଅବଦାନ ଅନନ୍ୟ ।ଏହି ପଛୁଆ ଅଂଚଳରେ ଦିର୍ଘ ବର୍ଷ ହେଲା ଝଡଝଞ୍ଜା ସହି ସଂଗ୍ରାମରତ ଶିକ୍ଷକ ଶିକ୍ଷୟତ୍ରୀଙ୍କ ପରିଶ୍ରମରେ ବହୁ ଛାତ୍ରଛାତ୍ରୀ ସମାଜର ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ହୋଇଛନ୍ତି । ଶିକ୍ଷା ସମାଜର ପ୍ରଗତିର ବାହକ । ତେଣୁ ଶିକ୍ଷାନୁଷ୍ଠାନ ପ୍ରତି ସମସ୍ତଙ୍କର ଅବଦାନ ରହିବା ଉଚିତ ତଦସହ ଛାତ୍ରଛାତ୍ରୀ, ଶିକ୍ଷକ, ଅଭିଭାବକ ମଧ୍ୟରେ ଉତ୍ତମ ସଂପର୍କ ରହିବା ଉଚିତ ବୋଲି ଅତିଥି ଗଣ ବକ୍ତବ୍ୟରେ କହିଥିଲେ ।ପରେ ଅତିଥି ଗଣ ପୂର୍ବରୁ ବିଭିନ୍ନ ପ୍ରତିଯୋଗିତାରେ ସଫଳ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ । ଶେଷରେ ଛାତ୍ରଛାତ୍ରୀଙ୍କ ଦ୍ବାରା ଚିତ୍ତାକର୍ଷକ ସାଂସ୍କୃତିକ କାର୍ୟ୍ୟକ୍ରମ ପରିବେଷଣ କରାଯାଇଥିଲା । ଶେଷରେ ଅନୁଷ୍ଠାନ ର ଉପାଧ୍ୟକ୍ଷା ସାକ୍ଷରତା ଟୁଡୁ ଧନ୍ୟବାଦ ଅର୍ପଣ କରିଥିଲେ ।