ଶିକ୍ଷା ବିଭାଗରେ ଅଜବ ନୀତି

ବନ୍ତ, (ଚାନ୍ଦିନୀ ମହାନ୍ତି):ଶିକ୍ଷା ବିଭାଗର ଅଜବ ନୀତି । ହାଇସ୍କୁଲରେ ଜଣେ କ୍ରୀଡା ଶିକ୍ଷକ ଥିବା ବେଳେ ସରକାରୀ ଆଇନକୁ ଉଲଂଘନ କରି ପୁଣି କିପରି ଜଣେ ନୂତନ କ୍ରୀଡା ଶିକ୍ଷକଙ୍କୁ ନିଯୁକ୍ତି ଦେବା ପାଇଁ ଆଦେଶ ହୋଇଛି ତାହା ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି । ପ୍ରକାଶ ଯେ, ଭଦ୍ରକ ଜିଲା ବନ୍ତ ବ୍ଲକ ଅଢାଳପଙ୍କସ୍ଥିତ କୃପାସିନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟରେ ସୁଷମା ମଲ୍ଲିକ ନାମକ ଜଣେ କ୍ରୀଡା ଶିକ୍ଷୟତ୍ରୀ ଗତ ୨୦୧୩ ମସିହାରୁ କ୍ରୀଡା ଶିକ୍ଷକ ଭାବେ କାର୍ଯ୍ୟରତ ଥିଲେ । ଗତ ୨୦୨୧ ମସିହାରେ ଉକ୍ତ ହାଇସ୍କୁଲର ପ୍ରଧାନ ଶିକ୍ଷକଙ୍କ ସହିତ କୌଣସି ମତଭେଦ ଯୋଗୁଁ ଉଭୟଙ୍କ ମଧ୍ୟରେ ବିବାବ ଲାଗିଥିଲା । ଫଳରେ ସଂପୃକ୍ତ ପ୍ରଧାନ ଶିକ୍ଷକଙ୍କୁ ଡିଇଓ ଅଫିସକୁ ବଦଳି କରାଯାଇଥିବା ବେଳେ ସୁଷମା ମଲ୍ଲିକଙ୍କୁ ବନ୍ତ ସରକାରୀ ବାଳିକା ହାଇସ୍କୁଲକୁ ଡେପୁଟେସନରେ ପଠାଯାଇଥିଲା । ମାତ୍ର ଗତ ତା-୧୩-୧୧-୨୦୨୩ ରିଖରେ ଭଦ୍ରକ ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ନିର୍ଦ୍ଦେଶ କ୍ରମେ ବନ୍ତ ସରକାରୀ ବାଳିକା ହାଇସ୍କୁଲରେ ଡେପୁଟେସନରେ ଥିବା ସୁଷମାଙ୍କୁ ପୁନଶ୍ଚ ନିଜ ହାଇସ୍କୁଲ ଅଢାଳପଙ୍କସ୍ଥିତ କୃପାସିନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟକୁ ଫେରାଇ ଦେବା ପାଇଁ ଆଦେଶ ହୋଇଥିଲା । ଏହି ଆଦେଶ ବଳରେ ବନ୍ତ ସରକାରୀ ବାଳିକା ହାଇସ୍କୁଲର ପ୍ରଧାନ ଶିକ୍ଷକ ଡେପୁଟେସନରେ ଥିବା କ୍ରୀଡା ଶିକ୍ଷୟତ୍ରୀ ସୁଷମା ମଲ୍ଲିକଙ୍କୁ ଗତ ତା-୨୨-୧୧-୨୩ ରିଖ ପୂର୍ବାହ୍ନରେ ରିଲିଭ କରିଥିଲେ । ଉକ୍ତ ରିଲିଭ ଆଦେଶ ପାଇ ସୁଷମା ମଲ୍ଲିକ ଅଢାଳପଙ୍କ ହାଇସ୍କୁଲରେ ଯୋଗଦାନ ପାଇଁ ଯାଇଥିଲେ । ସେଦିନ ତାଙ୍କ ରିଲିଭ ଆଦେଶକୁ ଗ୍ରହଣ କରାଯାଇ ପରଦିନ ତାଙ୍କୁ କାର୍ଯ୍ୟରେ ଯୋଗଦାନ କରାଯାଇଥିଲା । ସେହିଦିନ ଠାରୁ ୍ରଅର୍ଥାତ ଦୀର୍ଘ ୧ ମାସ ଧରି ସୁଷମା ମଲ୍ଲିକ ଅଢାଳପଙ୍କସ୍ଥିତ କୃପାସିନ୍ଧୁ ସରକାରୀ ହାଇସ୍କୁଲରେ କାର୍ଯ୍ୟ କରିଆସୁଛନ୍ତି । ଏପରିସ୍ଥଳେ ଶିକ୍ଷା ବିଭାଗ ପକ୍ଷରୁ ଚଞ୍ଚକତା କରାଯାଇ ଅଢାଳପଙ୍କ ହାଇସ୍କୁଲରେ କ୍ରୀଡା ଶିକ୍ଷକ ପଦବୀ ଖାଲି ଅଛି ବୋଲି ଦର୍ଶାଇ ଉକ୍ତ ସ୍ଥାନରେ ନୂତତ ଭାବେ ଜଣେ କ୍ରୀଡା ଶିକ୍ଷକଙ୍କୁ ନିଯୁକ୍ତି ଦେବା ନିମନ୍ତେ ଆଦେଶ ହୋଇଛି । ତେବେ ଉକ୍ତ ହାଇସ୍କୁଲରେ ଜଣେ କ୍ରୀଡା ଶିକ୍ଷକ କାର୍ଯ୍ୟରତ ଥିବା ବେଳେ କିପରି ଜିଲା ଶିକ୍ଷା ବିଭାଗ ଜାଣିଶୁଣି ଉକ୍ତ ହାଇସ୍କୁଲରେ କ୍ରୀଡା ଶିକ୍ଷକ ପଦବୀ ଖାଲି ଅଛି ବୋଲି ଦର୍ଶାଇ ନୂତନ ନିଯୁକ୍ତି ପାଇଁ ସ୍ୱୀକୃତି ପ୍ରଦାନ ଦେଲେ ତାହା ସମସ୍ତଙ୍କୁ ଚକିତ କରିଛି । ଏହି ଘଟଣାକୁ ନେଇ ସାଧାରଣରେ ଶିକ୍ଷା ବିଭାଗର ମନମାନୀକୁ ବିରୋଧ କରାଯାଇଛି । ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେଇ ତଦନ୍ତ ପୂର୍ବକ ପଦକ୍ଷେପ ଗ୍ରହଣ କରିବାକୁ ବୁଦ୍ଧିଜୀବି ମହଲରେ ଦାବୀ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ