ଶିକ୍ଷୟତ୍ରୀଙ୍କ ଦୟାରେ ଚାଲିଛି ମଧ୍ୟାହ୍ନ ଭୋଜନ
ହାଟଡିହି, (ବିକାଶ ବିଶ୍ୱାଳ ) : ସଢ଼ା ପଞ୍ଚାୟତ ଶୀଳ ପୋଖରୀ ସ୍କୁଲରେ ସୃଷ୍ଟି ହୋଇଥିବା ସମସ୍ୟାକୁ ସମାଧାନ କରିବାରେ ଶିକ୍ଷା ବିଭାଗ ବିଫଳ ହୋଇଛି । ସ୍କୁଲ ଖୋଲିବାର ଦୀର୍ଘ ୬ମାସ ବିତି ଯାଇଥିଲେବି ଆଜି ପର୍ଯ୍ୟନ୍ତ ସମସ୍ୟା ସମାଧାନ ଦିଗରେ କୌଣସି ପଦକ୍ଷେପ ନେବାରେ ସମର୍ଥ ହୋଇଛି ଶିକ୍ଷା ବିଭାଗ । ଗ୍ରାମବାସୀ ଓ ସ୍କୁଲ ପରିଚାଳନା କମିଟି ଏନେଇ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇଥିଲେବି ବ୍ଲକ ଶିକ୍ଷା ଅଧିକାରୀ କୌଣସି ପଦକ୍ଷେପ ନନେବା ସେମାନଙ୍କୁ ଚକିତ କରିଛି । ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାଇ ଉକ୍ତ ବିଦ୍ୟାଳୟରେ ଜଣେ ଦୁଇଜଣ ଶିକ୍ଷକ କାର୍ଯ୍ୟ କରୁଥିବାବେଳେ ଯିଲ ପ୍ରଧାନ ଶିକ୍ଷକ ଦାୟିତ୍ୱ ବୁଝୁଥିଲେ ସେହି ଶିକ୍ଷକଙ୍କୁ ସେଠାରୁ ବଦଳି କରିଦିଆଗଲା ।ସେହି ଶିକ୍ଷକ ଜଣକ କରୋନା ସମୟର ମଧ୍ୟାହ୍ନ ଭୋଜନ ପଇସା ମଧ୍ୟ ପିଲାମାନଙ୍କୁ ଦେଇ ନଥିଲେ । ଏହା ଜାଣି ମଧ୍ୟ ବିଭାଗୀୟ ଅଦôକାରୀ ତାଙ୍କୁ ସେଠାରୁ ବଦଳି କରି ଆଣିଲେ । ସେଠାରେ ଜଣେ ମାତ୍ର ଶିକ୍ଷୟତ୍ରୀଙ୍କ ଦ୍ୱାରା ସ୍କୁଲଟି ଚାଲୁଥିବା ବେଳେ ସେ ନିଜ ପକେଟରୁ ଟଙ୍କା ଖର୍ଚ୍ଚ କରି ମଧ୍ୟାହ୍ନ ଭୋଜନ ଦାୟିତ୍ୱ ବୁଝିଲେ । ଗତ ଫେବୃୟାରୀ ମାସରେ ଦୁଇଜଣ ନିୟମିତ ଶିକ୍ଷୟତ୍ରୀଙ୍କ ସେଠାକୁ ବଦଳି କରାଯାିଥିଲେ ମଧ୍ୟ ସେମାନଙ୍କ ଚିଠିକୁ ବିଇଓ କାର୍ଯ୍ୟାଳୟରେ ଲୁଚାଇ ରଖି ଦିଆଗଲା । ପରେ ଗଣମାଧ୍ୟମରେ କବର ପ୍ରକାଶ ପାଇବାପରେ ଗତ ଜୁଲାଇ ମାସରେ ତାଙ୍କୁ ଚିଠି ଦିଆଗଲା ଓ ସେମାନେ ଯାଇ କାର୍ଯ୍ୟରେ ଯୋଗଦେଲେ । କିନ୍ତୁ ପୁର୍ବତନ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଆଜି ପର୍ଯ୍ୟନ୍ତ କୌଣସି ଚାର୍ଜ ଦେଇ ନଥିବାରୁ ବର୍ତ୍ତମାନର ପ୍ରଧାନ ଶିକ୍ଷୟତ୍ରୀ ମଧ୍ୟ ନିଜ ଉଦ୍ୟମରେ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ଚଲାଇଛନ୍ତି । ଏପରିକି ସ୍କୁଲରେ ରୋଷେଇ ସରଞ୍ଜାମ ନଥିବାବେଳେ ଏଥିପାଇଁ ଅନୁଦାନ ଆସିଥିଲେବି ପୁର୍ବତନ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ କୌଣସି ଚାର୍ଜ ଦେଇ ନଥିବାରୁ ରୋଷେଇ କରିବାରେ ନାନା ସମସ୍ୟା ଦେଖା ଦେଉଛି ବୋଲି ସ୍କୁଲ କମିଟିର ସଦସ୍ୟମାନେ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ଏବିଇଓ ଧନେଶ୍ୱର ଖଣ୍ଡେଇଙ୍କୁ ପଚାରିବାରେ ସେ କହିଛନ୍ତି ଯେ ବିଦ୍ୟାଳୟର ଦାୟିତ୍ୱ ବୁଝୁଥିବା ପୁର୍ବତନ ଶିକ୍ଷକଙ୍କୁ ଏନେଇ ଚିଠି କରାଯାଇଥିଲା, ସେ କିନ୍ତୁ ଆଜି ପର୍ଯ୍ୟନ୍ତ ଧରାଛୁଆଁ ଦେଉ ନାହାନ୍ତି । ଏ ସମ୍ପର୍କରେ ଆଜି ବିଇଓଙ୍କୁ କହି କି ପ୍ରକାର ପଦକ୍ଷେପ ନିଆଯିବ ସେ ସମ୍ପର୍କରେ ଜଣାଇବୁ ବୋଲି କହିଛନ୍ତି ।