ଶିକ୍ଷୟତ୍ରୀ ଙ୍କ ମାଡ଼ ରେ ଦ୍ୱିତୀୟ ଶ୍ରେଣୀ ଛାତ୍ରୀ ଆହାତ

ନିମାପଡ଼ା, (ସନ୍ତୋଷ ଦାଶ) :-ରାଜ୍ୟ ସରକାର ପ୍ରାଥମିକ ବିଦ୍ୟାଳୟ ଗୁଡ଼ିକୁ ଦଣ୍ଡ ମୁକ୍ତ ଅଞ୍ଚଳ ବୋଲି ଘୋଷଣା କରିଛନ୍ତି । ପ୍ରତ୍ୟେକ ବିଦ୍ୟାଳୟ କାନ୍ଥ ରେ ବି ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ଲେଖାଯାଇଛି ଦଣ୍ଡମୁକ୍ତ ଅଞ୍ଚଳ ବୋଲି ହେଲେ ଏହାକୁ ଭ୍ରୁକ୍ଷେପ କରୁନାହାନ୍ତି ଶିକ୍ଷକ ଅଥବା ଶିକ୍ଷୟତ୍ରୀ । ଏମିତି ଏକ ଅଭିଯୋଗ ଆସିଛି ଖୋଦ ରାଜ୍ୟ ଗଣ ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ଙ୍କ ନିଜ ନିର୍ବାଚନ ମଣ୍ଡଳୀ ନିମାପଡା ବ୍ଲକ ଅନ୍ତର୍ଗତ ବଡଶିରୁଳା ଗ୍ରାମ ରୁ । ଏହି ଗ୍ରାମର ଭଗବାନ ସିନ୍ଦୁରା ପ୍ରାଥମିକ ବିଦ୍ୟାଳୟ ର ଜୈନିକା ଶିକ୍ଷୟତ୍ରୀ ସେହି ବିଦ୍ୟାଳୟ ର ଦ୍ୱିତୀୟ ଶ୍ରେଣୀ ର ଛାତ୍ରୀ ଇସ୍ପିତା ପ୍ରିୟଦର୍ଶିନୀ ଙ୍କୁ ବିଦ୍ୟାଳୟ ରେ ମାଡ଼ ମାରି ଥିବା ନେଇ ଛାତ୍ରୀ ଙ୍କ ପିତା ସଞ୍ଜୟ ମହାପାତ୍ର ନିମାପଡା ଥାନା ରେ ଏବଂ ବ୍ଲକ ଶିକ୍ଷା ଅଧିକାରୀ ଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଏ ସମ୍ପର୍କ ରେ ବ୍ଲକ ଶିକ୍ଷା ଅଧିକାରୀ ନିତିକାନ୍ତ ପ୍ରଧାନ ଙ୍କୁ ପଚାରିବାରେ ସେ ଅଭିଯୋଗ ହୋଇଥିବା ସ୍ବୀକାର କରିବା ସହିତ ଘଟଣା ର ତଦନ୍ତ କରି ରିପୋର୍ଟ ଦେବାକୁ ବ୍ଲକ ଅତିରିକ୍ତ ଶିକ୍ଷା ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦେଇଥିବା କହିଛନ୍ତି। ନିମାପଡା ଥାନା ଆଇଆଇସି ଶଙ୍କର୍ଷଣ ଦଳାଇ ବି କହିଛନ୍ତି ଅଭିଯୋଗ ମିଳିଛି । ଏହା ଏକ ସମ୍ବେଦନଶିଳ ଘଟଣା ହୋଇଥିବାରୁ ନିରପେକ୍ଷ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଛାତ୍ରୀ ଜଣକ ଚିକିତ୍ସା ପାଇଁ ନିମାପଡା ସ୍ଵାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି ହୋଇଛନ୍ତି । ଏହି ଘଟଣା ସମଗ୍ର ନିମାପଡା ଅଞ୍ଚଳ ରେ ଚର୍ଚ୍ଚା ର ବିଷୟ ପାଲଟିଛି । ମନ୍ତ୍ରୀ ଓ ଶିକ୍ଷା ବିଭାଗ ଅଧିକାରୀ କିକାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ତାହାକୁ ସମସ୍ତେ ଅପେକ୍ଷା କରି ରହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ