ଶିକ୍ଷୟତ୍ରୀ ମାନଙ୍କୁ ଆସିଲିନ ଭାଷାରେ ଗାଳିଗୁଲଜ କଲେ ପ୍ରଧାନଶିକ୍ଷକ

ମାଲକାନଗିରି,(ଓ୍ବାଇଏନ୍ଏସ୍): ଚିତ୍ରକୋଣ୍ଡା ଅନୁସୂଚିତ ଜନଜାତି ଓ ଜାତି ବିଦ୍ୟାଳୟର ପ୍ରଧାନଶିକ୍ଷକ ରବୀନ୍ଦ୍ରନାଥ ସେଠୀ ଙ୍କ ନାମରେ ଶିକ୍ଷୟତ୍ରୀ ମାନଙ୍କ ପ୍ରତି ଆସିଲିନ ଭାଷାରେ ଗାଳିଗୁଲଜ କରିବାକୁ ନେଇ ଶିକ୍ଷୟତ୍ରୀ ମାନେ ମାଲକାନଗିରି ଜିଲ୍ଲପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି।ପ୍ରଧାନଶିକ୍ଷକ ଶିକ୍ଷୟତ୍ରୀ ଓ ଅନ୍ୟାନ୍ୟ ଲେଡୀ ଷ୍ଟାଫ ଙ୍କୁ ସବୁବେଳେ ଅସିଲିନ ଭାଷାରେ ଗାଳିଗୁଲଜ କରନ୍ତି ତାଙ୍କୁ କିଏ ଯଦି ବିରୋଧ କରେ ତାକୁ ଧମକ ଦିଆନ୍ତିଯେ ତାଙ୍କର ଉପର ଲବେଲ ରେ ବହୁତ ଚିହ୍ନା ଅଛନ୍ତି ସେ ତାକୁ ସେ ସ୍କୁଲ ରୁ ଅଲଗା ଜାଗାକୁ ବଦଳି କରିଦେବେ।ପ୍ରଧାନଶିକ୍ଷକ ସ୍କୁଲ ର ସମସ୍ତ କାମ ନିଜେ ବୁଝନ୍ତି ମଧ୍ୟାନଭଜନ ଠୁ ଆରମ୍ଭ କରି ହଷ୍ଟେଲ ରେ ପିଲାଙ୍କୁ ଦିଆଯାଉଥିବା ସମସ୍ତ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ନିଜେ କିଣନ୍ତି ନାମକୁ ମାତ୍ର ଅନ୍ୟଶିକ୍ଷକ ନାଁ କୁ ରେଜିଷ୍ଟର ରେ ଏଣ୍ଟ୍ରି କରି ସେମାନଙ୍କ ଠୁ ଦସ୍ତଖତ ନେଇ ସେହି ଟଙ୍କାକୁ ହେରଫେର କରନ୍ତି। କୋରୋନା ସମୟରେ ପିଲାଙ୍କୁ ଦିଆଯାଉଥିବା ଟଙ୍କାକୁ ବି ସେ ପିଲାଙ୍କୁ ନଦେଇ ସେଥିରୁ ପିଲାଙ୍କ ଟଙ୍କା ଖାଇଥିବା ବି ଅଭିଯୋଗ ପ୍ରଧାନଶିକ୍ଷକ ଙ୍କ ବିରୋଧରେ ଶିକ୍ଷୟତ୍ରୀ ଏବଂ ଅଭିଭାବ ମାନେ କରିଛନ୍ତି।ପ୍ରଧାନଶିକ୍ଷକ ନାମରେ ବିଗତ ଦିନରେ ଅଭିଯୋଗ ହେଇଥିଲେ ମଧ୍ୟ କୌଣସି ଉପାୟରେ ସେ ଏହାକୁ ଚାପେଇଦିଆନ୍ତି। ଷ୍ଟାଫ ଙ୍କ କହିବା ମୁତାବକ ସେ କୁହନ୍ତି ସେ କୁହନ୍ତି ସେ ଚିତ୍ରକୋଣ୍ଡା ରେ ଦୀର୍ଘ ୭ ବର୍ଷ ହେଲା ଅଛନ୍ତି ତାଙ୍କର ଉପର ଲବେଲ୍ ରେ ବହୁତ ଚିହ୍ନା ଅଛନ୍ତି ତାଙ୍କର କିଏ ବି କିଛି କରିପାରିବେନି।ଏହି ବିଷୟ ନେଇ ଆମେ ପ୍ରଧାନ ଶିକ୍ଷକଙ୍କୁ ଯୋଗାଜଗ କରିବାରୁ ସେ କହିଲେ ଏ କଥା ସବୁଭିତିହିନ ତାଙ୍କୁ ଫସେଇବା ପାଇଁ ଏହି ପରି ଅଭିଯୋଗ କରିଛନ୍ତି।ଏହା ଉପରେ ତଦନ୍ତ କରାଯାଇ ଉଚିତ ପଦକ୍ଷେପ ନିଆଯାଉ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ