କେନ୍ଦ୍ରମନ୍ତ୍ରୀଙ୍କୁ ଭଣ୍ଡାରିପୋଖରୀ ବିଜେପି ପକ୍ଷରୁ ସମ୍ବର୍ଦ୍ଧନା
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭୁବନେଶ୍ୱର ବାସଭବନରେ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ପ୍ରସ୍ଥାବିତ ପାଇମହୁରା ଠାରେ ବୟନଶିଳ୍ପ ପ୍ରତିଷ୍ଠା ଓ କେନ୍ଦୁଆପଦା ଠାରେ ରେଳ ଉଭରବ୍ରିଜ ନିର୍ମାଣ ଦିଗରେ କେନ୍ଦ୍ରମନ୍ତ୍ରୀଙ୍କ ପ୍ରଚେଷ୍ଟା ରହିଥିବାରୁ ବିଜେପି ପକ୍ଷରୁ ଏହି ସମ୍ବର୍ଦ୍ଧନା ଦିଆଯାଇଥିଲା । ଜିଲ୍ଲାରେ ବୟନଶିଳ୍ପ ପ୍ରତିଷ୍ଠା ହେଲେ ବେକାରୀ ସମସ୍ୟା ଦୂର ହେବା ସହିତ କ୍ଷୁଦ୍ର ଉଦ୍ୟୋଗ ଗଢି ଉଠିବା ସହ ଜିଲ୍ଲାବାସୀଙ୍କ ଆର୍ଥିକ ଅବିବୃଦ୍ଧି ଘଟିବ ବୋଲି କେନ୍ଦ୍ରମନ୍ତ୍ରୀ ଏହି ଅବସରରେ ସୂଚନା ଦେଇଥିଲେ । ଏହାଛଡା ରେଳ ଓଭରବ୍ରିଜ ଦ୍ୱାରା ଯାଜପୁର ଓ କେନ୍ଦୁଝର ଜିଲ୍ଲାବାସୀ ଉପକୃତ ହେବା ସହିତ ସ୍ଥାନୀୟ ଅଞ୍ଚଳବାସୀ ନିର୍ଭୟରେ ଯାତାୟତ କରିପାରିବେ ବୋଲି ଶ୍ରୀ ପ୍ରଧାନ କହିବା ସହ ଉପସ୍ଥିତ ଥିବା ସମସ୍ତ କର୍ମୀମାନଙ୍କୁ ଆନ୍ତରିକ ଧନ୍ୟବାଦ ଦେଇଥିଲେ । ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ, ନିର୍ବାଚନମଣ୍ଡଳୀ ବିଜେପି ନେତା ବଦ୍ରୀନାରାୟଣ ଧଳ, ସରପଞ୍ଚ କମଳ କୁମାର ନନ୍ଦ, ଜଗବନ୍ଧୁ ଦାସ, ବରିଷ୍ଠ ବିଜେପି ନେତା ନିର୍ମଳ କର, ବାବାଜୀ ଜେନା, ମଣ୍ଡଳ ସଭାପତି ଗିରିଶ ସାମଲ, ପ୍ରଫୁଲ୍ଲ ସାହୁ ପ୍ରମୁଖ ମନ୍ତ୍ରୀଙ୍କୁ ପୁଷ୍ପଗୁଚ୍ଛ ଦେଇ କୃତଜ୍ଞତା ଜଣାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ନବକିଶୋର ବଳ, ଖଗେଶ୍ୱର ବେହେରା, ପ୍ରମୋଦ ଜେନା, ରାଜୀବଲୋଚନ ସାହୁ, ସୌମ୍ୟରଞ୍ଜନ ନାୟକ, ମଣ୍ଟୁ ମଳିକ ଅଜିତ ପତି, ସାଗର ଲେଙ୍କା , ଚକ୍ରଧର ରାଉତ, ସନ୍ତାପ୍ରିତମ ଲେଙ୍କାଙ୍କ ସହିତ ଅଞ୍ଚଳର ବହୁ ବୃଦ୍ଧିଜିବୀ ଏଥିରେ ଉପସ୍ଥିତ ଥିଲେ ।


