ଶିକ୍ଷୟିତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା)  :-ବ୍ଳକ ଅନ୍ତର୍ଗତ ଡୁମାକୁମ୍ପା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୂର୍ବତନ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ରଶ୍ମି ପ୍ରଭା ସୁଆର ଙ୍କୁ ଅନ୍ୟତ୍ର ବଦଳି ହୋଇଥିବା ହେତୁ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି I ଏଥି ନିମିତ୍ତ ଆୟୋଜିତ ବିଦାୟ ସମ୍ବର୍ଦ୍ଧନା ସଭାରେ ପ୍ରଧାନ ଶିକ୍ଷକ ଶରତ ଚନ୍ଦ୍ର ପଟ୍ଟନାୟକ ସଭାପତିତ୍ବ କରିଥିବା ବେଳେ ସ୍ଥାନୀୟ ସି.ଆର୍.ସି.ସି ତ୍ରିନାଥ ବେହେରା ଙ୍କ ସମେତ ଶିକ୍ଷକ ଦାଶରଥି ବିଷୋୟୀ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଶ୍ରୀମତୀ ରଶ୍ମୀପ୍ରଭା ସୁଆର କିପରି ଛାତ୍ର ଛାତ୍ରୀ ବତ୍ସଳ ତଥା ଉତ୍ତମ ଶିକ୍ଷୟିତ୍ରୀ ଥିଲେ ସେ ବିଷୟ ବର୍ଣ୍ଣନା କରିଥିଲେ I ବିଦାୟୀ ଶିକ୍ଷୟିତ୍ରୀ ରଶ୍ମି ପ୍ରଭା ସୁଆର ଙ୍କୁ ବିଦ୍ୟାଳୟ ଷ୍ଚାଫ ଓ ଛାତ୍ର ଛାତ୍ରୀମାନଙ୍କ ତରଫରୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା I ଏହି ଅବସରରେ ଅଷ୍ଟମ ଶ୍ରେଣୀ ଛାତ୍ର ଛାତ୍ରୀମାନେ ପରବର୍ତ୍ତୀ ଶ୍ରେଣୀକୁ ଉତ୍ତୀର୍ଣ୍ଣ ହୋଇଥିବାରୁ ସେମାନଙ୍କୁ ମଧ୍ୟ ବିଦ୍ୟାଳୟ ତରଫରୁ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା I କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ବିଦ୍ୟାଳୟର ସହକାରୀ ଶିକ୍ଷକ ପ୍ରଦୀପ କୁମାର ସାସମଲ I ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ ଅଜିତ କୁମାର ଗୌଡ, ମହେଶ୍ୱର ବିଶ୍ୱାଳ, ଶିକ୍ଷୟିତ୍ରୀ ମାଳତୀ ପଟ୍ଟନାୟକ, ସୁଚିସ୍ମିତା ପାତ୍ର, ଲିଜା ଗୌଡ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ