ଶିକ୍ଷୟିତ୍ରୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ଚୋରି

ବନ୍ତ(ଯୁଗାଦ୍ଧ ନ୍ୟୁଜ୍‌) : କେନ୍ଦୁଆପଦା ଫାଣ୍ଡି ଅଧିନ କଲେଜରୋଡ(ଦଣ୍ଡୋ)ସ୍ଥିତ ଶିକ୍ଷୟିତ୍ରୀଙ୍କ ଘରୁ ଦୁବୃର୍ତ୍ତ ମାନେ ଆଲମିରା ଓ ଲକର ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କା ଚୋରାଇ ନେଇଥିବା ଅଭିଯୋଗ ହୋଇଛି । ସବୁଦିନ ପରି ଶିକ୍ଷୟିତ୍ରୀ ପ୍ରତିଭା ରାଉତ ପଛତୀରା ପ୍ରାଥମିକ ବିଦ୍ୟାଳୟକୁ ଯାଇଥିଲେ । ଯିବା ସମୟରେ ଘରର ମୁଖ୍ୟ ଦ୍ୱାର ଓ ଗେଟ୍ ତାଲା ପକାଇଥିଲେ । ଅପରାହ୍ନ ୪ଟା ୨୦ରେ ବିଦ୍ୟାଳୟରୁ ଫେରିବା ପରେ ପୂର୍ବଭଳି ମେନ୍ ଗେଟରେ ତାଲା ପଡିଥିଲା । କିନ୍ତୁ ଘରର ମୁଖ୍ୟ ଦ୍ୱାର ଖୋଲା ଥିଲା । ଘର ଭିତରକୁ ପ୍ରବେଶ କରିବା ପରେ ଶିକ୍ଷୟିତ୍ରୀ ଦେଖିବାକୁ ପାଇଲେ ଯେ, ତାଙ୍କ ଶୋଇବା ଘର ଆଲମିରା ଓ ଲକର ଖୋଲା ପଡିଛି । ସେଥିରେ ଥିବା ୧୩ ଭରି ଓଜନର ସୁନା ଗହଣା ଓ ନଗଦ ୧୧ ହଜାର ଟଙ୍କା ନାହିଁ । ଘରର ଅନ୍ୟାନ୍ୟ ସାମଗ୍ରୀ ଗୁଡିକ ଘର ଭିତରେ ବିକ୍ଷିପ୍ତ ଭାବରେ ପଡିଛି । ଘରର ସମ୍ମୁଖ ପାଚେରୀ ସଂଲଗ୍ନ ତାରବାଡ ଭଙ୍ଗା ଯାଇଛି । ଏସଂପର୍କରେ ଶିକ୍ଷୟିତ୍ରୀ ପ୍ରତିଭା ରାଉତ ଅଭିଯୋଗ କରିବା ପରେ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ କେସ ନଂ-୧୨୧/୨୦ ମୂଳେ ମାମଲା ରୁଜ୍ଜୁ କରାଯାଇ ତଦନ୍ତ ଜାରି ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ