ଶିବସେନା-ବିଜେପିକୁ ସମାଲୋଚନା କଲେ ଭାଗବତ
ମୁମ୍ବାଇ: ଦୀର୍ଘ ଦିନ ଧରି ଲାଗି ରହିଥିବା ମହାରାଷ୍ଟ୍ରର ମହାନାଟକକୁ ନେଇ ନାକ ଟେକିଛନ୍ତି ଆରଏସଏସ୍ ନେତା ମୋହନ ଭାଗବତ । ସରକାର ଗଠନ ପାଇଁ ବିଜେପି-ଶିବସେନା ମଧ୍ୟରେ ଯେଉଁଭଳି ତିକ୍ତତା ବଢ଼ିଛି, ତାହାକୁ ସେ ସମାଲୋଚନା କରିଛନ୍ତି । ସେ କହିଛନ୍ତି ଯେ, ଶିବସେନା ଏବଂ ବିଜେପିର ସ୍ୱାର୍ଥକୈନ୍ଦ୍ରିକ ନୀତି ଯୋଗୁଁ ସମସ୍ୟା ଉପୁଜିଛି । ସମସ୍ତେ ଜାଣନ୍ତି ଯେ ସ୍ୱାର୍ଥପରତା ଅତି ଖରାପ୍, କିନ୍ତୁ ଖୁବ୍ କମ୍ ଲୋକ ସ୍ୱାର୍ଥରୁ ଊର୍ଦ୍ଧ୍ୱକୁ ଉଠି କାମ କରନ୍ତି । ନାଗପୁରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ସମୟରେ ଭାଗବତ ବିଜେପି ଏବଂ ଶିବସେନାର ନାମ ନନେଇ ମଧ୍ୟ ଏହି ଦୁଇ ଦଳକୁ ଚେତାବନୀ ଦେଇ ଏଭଳି କଡ଼ା ଟିପ୍ପଣୀ ରଖିଛନ୍ତି । ଭାଗବତ କହିଛନ୍ତି, ସମସ୍ତେ ଜାଣନ୍ତି ଯେ ଉଭୟ ଦଳ ଯଦି କୌଣସି ପ୍ରସଙ୍ଗ ପାଇଁ ପରସ୍ପର ବିରୋଧରେ ଲଢ଼େଇ ଜାରି ରଖନ୍ତି ତେବେ ଉଭୟ ହିଁ ହାରିବେ ।


