ଶିବାନନ୍ଦ ଆଶ୍ରମରେ ବିଶ୍ୱଶାନ୍ତି ମହାଯଜ୍ଞ ଉଦଯାପିତ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କପାଳେଶ୍ୱର ପଞ୍ଚାୟତର ଗରାପୁର ଗ୍ରାମର ଶିବାନନ୍ଦ ଆଶ୍ରମରେ ବିଶ୍ୱଶାନ୍ତି ନିମନ୍ତେ ମହାଯଜ୍ଞ ଉଦଯାପିତ ହୋଇଯାଇଛି । ଏହି ଉପଲକ୍ଷେ କଳସଯାତ୍ରା, ନାମସଙ୍କୀର୍ତ୍ତନ, ଆଧ୍ୟାତ୍ମିକ ପ୍ରବଚନ, ଭଜନ, ଜଣାଣ, ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଭୃତି ଅନୁଷ୍ଠିତ ହୋଇଥିଲା । ପ୍ରତ୍ୟେହ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଗୀତା, ବେଦ ପାଠ ପ୍ରଭୃତି ଏବଂ ମହିଳାମାନଙ୍କ ମଧ୍ୟରେ ଗୀତା, ଲକ୍ଷ୍ମୀପୁରାଣ, ଭାଗବତ ପାଠ ପ୍ରଭୃତି ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାମାନ ଅନୁଷ୍ଠିତ ହୋଇ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ତୁଳସୀକ୍ଷେତ୍ରାଧିପତି ଶ୍ରୀବଳଦେବଜୀଉଙ୍କ ମୁଖ୍ୟ ପୂଜକ, ସେବକଙ୍କ ସମେତ ସାଧୁସନ୍ଥମାନଙ୍କୁ ପୂଜାର୍ଚ୍ଚନା ଓ ବସ୍ତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ସପ୍ତଦିନ ବ୍ୟାପି ବିଶ୍ୱଶାନ୍ତି ମହାଯଜ୍ଞରେ ବିଶ୍ୱଶାନ୍ତି ପାଇଁ ସମବେତ ଭାବରେ ପ୍ରତିଦିନ ମହାମୃତ୍ୟୁଞ୍ଜୟ ମନ୍ତ୍ର ପାଠ କରାଯାଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମ ଆଶ୍ରମର ଅଧ୍ୟକ୍ଷା ଶ୍ରୀମା ଦିବ୍ୟସ୍ୱରୂପାନନ୍ଦ ସରସ୍ୱାତୀଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ପୂଜକ ରବିନାରାୟଣ ମହାପାତ୍ର, ପ୍ରସନ୍ନ ନନ୍ଦ, ଗୈାରା ନାନା ପ୍ରମୁଖ ଯୋଗଦେଇ ପୂଜା କରିଥିବା ବେଳେ ଶ୍ରୀଧର ରାଉତ, ଶ୍ରୀଧର ମହାନ୍ତି, ଶ୍ରୀବତ୍ସ ନାୟକ, ସୁଧାକର ମଲିକ, ପୁନମ ନାୟକ, ନୃସିଂହ ଦାସ, ଗଣେଶ୍ୱର ଦାସ, ଗାୟତ୍ରୀ ମହାନ୍ତି, ସୁଦର୍ଶନ ମହାନ୍ତି, ଦେବେନ୍ଦ୍ର ସାମନ୍ତ, ଶରତ ବରାଳ, ନନ୍ଦନ ମହାନ୍ତି, ଅନନ୍ତ ଲେଙ୍କା, ନିରଞ୍ଜନ ମେକାପ, ରୁଦ୍ରାଣୀ ମହାପାତ୍ର, ମଧୁଶ୍ମିଥା ନନ୍ଦ, ଦିପ୍ତିବେହେରା, କୁନି ମଲିକ ଓ ଶିବାନନ୍ଦ ମାତୃମଣ୍ଡଳୀର ସଦସ୍ୟାମାନଙ୍କ ସମେତ ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁମାନେ ସହଯୋଗ କରିବା ସହ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ