ଶିବାନନ୍ଦ ଆଶ୍ରମରେ ବିଶ୍ୱ ପ୍ରାର୍ଥନା ଦିବସ
କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍): ଜାନୁଆରୀ ପ୍ରଥମ ଦିନକୁ ବିଶ୍ୱ ପ୍ରାର୍ଥନା ଦିବସ ରୂପେ ପାଳନ କରିବାକୁ କେନ୍ଦ୍ରାପଡା ଦିବ୍ୟଜୀବନ ସଂଘ ଅଧ୍ୟକ୍ଷା ଶ୍ରୀମା ସ୍ୱାମୀ ଦିବ୍ୟ ସ୍ୱରୂପାନନ୍ଦ ସରସ୍ୱତୀଙ୍କ ବିଶ୍ୱବାସୀଙ୍କ ନିବେଦନ ବର୍ତମାନ ସମାଜ ଅବକ୍ଷୟ ମୁଖୀ ଏବଂ କୁ ସଂସ୍କାର ବ୍ୟାପି ଗଲାଣି, ନାରୀ ନିର୍ଯ୍ୟାତନା ଅନ୍ୟାୟ, ଅସତ୍ୟ, ହିଂସାତ୍ମବୋଧ, ବ୍ୟଭିଚାର ଯୋଗୁ ସମାଜରେ ସଂସ୍କାର ଆସିବା ପାଇଁ ସ୍ୱାମୀ ଦିବ୍ୟ ସ୍ୱରୂପାନନ୍ଦଜୀଙ୍କ ବିଶ୍ୱବାସୀଙ୍କ ପାଇଁ ଏକ ଅଭିନବ ପ୍ରୟାସ, ଯାହାକି ବିଶ୍ୱବାସୀଙ୍କ ପାଇଁ ମହତ ଅବଦାନ । ଶ୍ରୀମା କହିଲେ ପ୍ରାର୍ଥନାର ଶକ୍ତି ଏତେ ମହାନ ପରମାଣୁ ବୋମାକୁ ବି ନିଷ୍କ୍ରୀୟ କରିଦବେ । ଏହି ପରିପ୍ରେକ୍ଷୀରେ ବିଶ୍ୱରେ ଶାନ୍ତି ଫେରି ଆଣିବା ପାଇଁ ଶ୍ରୀମାଙ୍କର ଏହି ଉଦ୍ୟମ ପ୍ରାୟ ୩୮ ବର୍ଷ ହେବ । ବିଶ୍ୱଶାନ୍ତି ପ୍ରାର୍ଥନା ସେ କରନ୍ତି ଯାହା ଆଜି ବିଶ୍ୱ ପ୍ରାର୍ଥନା ଦିବସ ରୂପେ ପାଳନ କରିବାକୁ ନିବେଦନ କରିଛନ୍ତି । ସମସ୍ତେ ହୋଇ ଏକମୁଖ ଡାକିଲେ ନାରାୟଣ ରଖ, ଏହି ନ୍ୟାୟରେ ସେ ବିଶ୍ୱ ପ୍ରାର୍ଥନା କରି ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ହେଉ ସରକାରଙ୍କ ନିକଟରେ ପ୍ରାର୍ଥନା ଏହି ବିଶ୍ୱ ପ୍ରାର୍ଥନା ଦିବସକୁ ସମଗ୍ର ଓଡିଶାର ପଳନ କରିଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ପ୍ରତ୍ୟେକ ଶିକ୍ଷାନୁଷ୍ଠାନ ଏବଂ ଧର୍ମାନୁଷ୍ଠାନ, ମନ୍ଦିର, ଗିର୍ଜା, ଗୁରୁଦ୍ୱାର ସମବେତ ହୋଇ ମୁଦ୍ରାର ସହିତ ପାଳନ କରିଛନ୍ତି । ପାଳନ କରିବା ପରେ ଶ୍ରୀମା ସ୍ୱାମୀ ଦିବ୍ୟ ସ୍ୱରୂପାନନ୍ଦଙ୍କୁ ଫୋନ ମାଧ୍ୟମରେ ଅବଗତ କରାଇଲା ପରେ ଶ୍ରୀମା ସମସ୍ତଙ୍କୁ ଶ୍ରଦ୍ଧା ସୁମନ, ଆଶ୍ରିବଚନ ପ୍ରଦାନ କରି କହିଲେ ଗୋଟିଏ ଦିନ ପ୍ରାର୍ଥନା କରି ରହିଗଲେ ହେବ ନାହିଁ । ଆଗକୁ ଆଗେଇ ଚାଲ ଆଗକୁ ଆଗେଇ ଚାଲ ପ୍ରୟାସ ଜାରି ରଖ ବିଶ୍ୱ ଦିନେ ନା ଦିନେ ଶାନ୍ତି ପ୍ରତିଷ୍ଠା ହେବ, ବିଶ୍ୱ ପ୍ରାର୍ଥନା ଦିବସ ରୂପେ ମାନ୍ୟତା ପାଇବ ବୋଲି ଶ୍ରୀମା କହିଥିଲେ । ଏହି ପରିପ୍ରେକ୍ଷୀରେ ପାଳନ କରତ? ବିଶେଷ କରି ଓଡିଶାରେ ବହୁ ବିପଦ ପଡିଛି । ଦିବ୍ୟ ଜୀବନ ସଂଘ ସମସ୍ତ ଶାଖା ପ୍ରାୟ ୨୫୦ ଶାଖାରେ ପାଳନ କରାଯାଇଛି । ସମବେତ ପ୍ରାର୍ଥନା ଏଥି ମଧ୍ୟରୁ ଧୁମାତ, ବାଲିପାଟଣା, ଭକ୍ତ ବିଳାସ ମଠ, ନିମଦାରୁ ପୀଠ, ପିଙ୍ଗଳ ଶିବାନନ୍ଦ ଅଶ୍ରମ, ମାହାଙ୍ଗା ବିଦେଇ ପୀଠ, ତ୍ରିଲୋଚନପୁର ବାସୁଦେବ ପୀଠ, ଯାଯପୁର, ନିଆଳି, ଶିବାନନ୍ଦ ଆଶ୍ରମ, ବନମାଳୀପୁର, ବଳିଆବାବା ଆଶ୍ରମ, ମାହାଙ୍ଗା ସତ୍ୟସାଇ ପୀଠ, ଅନୁକୂଳଚନ୍ଦ୍ର ପୀଠ, ଖଣ୍ଡଗିରି ସ୍କୁଲ ଏବଂ ବହୁ ଧର୍ମାନୁଷ୍ଠାନରେ ପାଳନ କରାଯାଇଥିଲା । ଏଥିରେ ଅଜୟ ସାମଲ, ଆଇନଜୀବୀ ପ୍ରଦିପ ଦାସ, ଶ୍ରୀଧର ମହାନ୍ତି, ଶରତ ବରାଳ, ପ୍ରମିଳା ବରାଳ, ପ୍ରାଣକୃଷ୍ଣ ସାମଲ, ଅଭିମନ୍ୟୁ ଗୋଛାୟତ, କମଳା ମହାନ୍ତି, ସାବିତ୍ରି ପରିଡା, ଅମିୟ ନାୟକ, ମନୋରଂଜନ ତ୍ରିପାଠୀ, ଶୋଭାଗିନି ମହାପାତ୍ର, ଅଭିରାମ ନାୟକ, ଦ୍ରୋପଦୀ ରାଉତଙ୍କ ସମେତ ଗ୍ରାମବାସୀବୃନ୍ଦ ସହଯୋଗ କରିଥିଲେ ।


