ଶିବାନନ୍ଦ ଶିଶୁ ସଦ୍ସଙ୍ଗ କେନ୍ଦ୍ରର ରୌପ୍ୟ ଜୟନ୍ତୀ ପାଳନ
ବ୍ରହ୍ମପୁର : ଶିଶୁମାନଙ୍କ ପାଇଁ ଉଦ୍ଦିଷ୍ଟ ଥିବା ଯୋଗ ଶିବିରର ୨୫ ତମ ବାର୍ଷିକ ଉତ୍ସବ ଉପଲକ୍ଷେ ତୁଳସୀନଗର ମେଇନ୍ ରୋଡ଼ସ୍ଥିତ ରେଡ଼ି ଗ୍ୟାରେଜ ନିକଟରେ ଥିବା ମାଁ ଭୈରବୀ କଲ୍ୟାଣ ମଣ୍ଡପ ଠାରେ ରୌପ୍ୟ ଜୟନ୍ତୀ ପାଳନ କରାଯିିବ । କାର୍ଯ୍ୟକ୍ରମ ତା ୨୧.୪.୨୦୧୯ ତାରିଖ ଠାରୁ ୨୫.୪.୨୦୧୯ ରିଖ ପର୍ଯ୍ୟନ୍ତ ପାଳିତ ହେବ । କାର୍ଯ୍ୟକ୍ରମରେ ଭାରତୀୟ ସଂସ୍କୃତି, ସଂସ୍କାର, ମୁନିଋଷି ପରମ୍ପରା ସହ ଯୋଗ ଦ୍ୱାରା ଶରୀରକୁ କିଭଳି ସୁସ୍ଥ ରଖିପାରିବା ବିଷୟରେ ଯୋଗ ଶିକ୍ଷା ଦିଆଯିବା ସହ କୁନି କଳାକାରମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବ । ପୂର୍ଣ୍ଣାହୁତି ଦିବସରେ ଦିବ୍ୟ ଜୀବନ ସଂଘର ବରିଷ୍ଠ ସାଧୁ ସନ୍ଥମାନେ ଯୋଗ ଦେଇ ଶିଶୁମାନଙ୍କୁ ଆଶୀର୍ବଚନ ପ୍ରଦାନ କରିବେ । କାର୍ଯ୍ୟକ୍ରମରେ ୩୦୦ରୁ ଉଦ୍ଧ୍ୱର୍ ଛାତ୍ରଛାତ୍ରୀ ଯୋଗଦେବାର ବ୍ୟବସ୍ଥା କରାଯାଇଛି ।