ଶିବ ପ୍ରସାଦ ତ୍ରିପାଠୀ ହେଲେ ବିଜେଡ଼ି ରାଜ୍ୟ ପରିଷଦ ସଦସ୍ୟ

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ଫୁଲବାଣୀ ନିର୍ବାଚନ ମଣ୍ଡଳିର ରାଜ୍ୟ ପରିଷଦ ସଦସ୍ୟଭାବେ ମନୋନୀତ ହୋଇଛନ୍ତି ଆଇନଜୀବି ଶିବ ପ୍ରସାଦ ତ୍ରିପାଠୀ। ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ତ୍ରିପାଠୀଙ୍କୁ ମନୋନୀତ କରିଥିବା ବେଳେ ଶ୍ରୀ ତ୍ରିପାଠୀଙ୍କୁ ନିର୍ବାଚନ ମଣ୍ଡଳିର ବିିଭିନ୍ନ ମହଲରେ ଶୁଭେଚ୍ଛା ଜଣାଯାଇଛି। ଜଣେ କ୍ରୀଡ଼ାବିତ୍‍, ସାମ୍ବାଦିକ ଓ ସମାଜସେବୀ ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଶ୍ରୀ ତ୍ରପାଠୀ ରାଜ୍ୟ ପରିଷଦ ସଦସ୍ୟଭାବେ ମନୋନୀତ ହେବା ପରେ ସେ ମୁଖ୍ୟମନ୍ତ୍ରୀ, କନ୍ଧମାଳ ସାଂସଦ ଡ଼.ଅଚ୍ୟୁୁତ ସାମନ୍ତ, ଜିଲା ବିଜେଡ଼ି ସଭାପତି ସରୋଜ କର୍ଣ୍ଣ ଓ ଫୁଲବାଣୀ ବିଧାୟକ ଅଙ୍ଗଦ କହଁରଙ୍କ ସମେତ ଅନ୍ୟମାନଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ