ବାଡ଼ାବାଙ୍ଗା ସରପଞ୍ଚ ଓ ଗଦାପୁର ଓାର୍ଡମେମ୍ବର ଉପନିର୍ବାଚନ: ଶାନ୍ତିପୂର୍ଣ୍ଣ ଭାବେ ମତଦାନ ଶେଷ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକର ବାଡାବାଙ୍ଗା ପଞ୍ଚାୟତ ର ସରପଞ୍ଚ ପଦବୀ ଏବଂ ଗଦାପୁର ପଞ୍ଚାୟତର ୧୨ ନଂ ଓାର୍ଡ ନିମନ୍ତେ ଉପନିର୍ବାଚନ ମଙ୍ଗଳବାର ଦିନ ଶାନ୍ତିଶୃଙ୍ଖଲାର ସହିତ ଅନୁଷ୍ଠିତ ହୋଇଯାଇଛି। ଦାରିଙ୍ଗବାଡ଼ି ବିଡିଓ ତଥା ନିର୍ବାଚନ ଅଧିକାରୀ ଅଭିମନ୍ୟୁ ବେହେରାଙ୍କ ତତ୍ତ୍ବାବଧାନ ଅନୁସାରେ ଏହି ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା। ବାଡ଼ାବାଙ୍ଗା ପଞ୍ଚାୟତ ସରପଞ୍ଚ ପଦବୀ ନିମନ୍ତେ ଉପନିର୍ବାଚନ ହୋଇଥିବା ବେଳେ ୧୫ଟି ପୋଲିଂ ବୁଥରେ ମତଦାନ ଗ୍ରହଣ କେନ୍ଦ୍ର କରାଯାଇ ଥିଲା ବାଡ଼ାବାଙ୍ଗା ସେବାଶ୍ରମ ବିଦ୍ୟାଳୟରେ ୪ଟି ବୁଥ କରାଯାଇଥିବା ବେଳେ ଡିଡ୍ରବାଡ଼ି ବିଦ୍ୟାଳୟରେ ଗୋଟିଏ, କଟାସିଂ ବିଦ୍ୟାଳୟରେ ୨ଟି,ସିକକେତା ବିଦ୍ୟାଳୟରେ ୩ଟି ମଣ୍ଡବାଡ଼ି ବିଦ୍ୟାଳୟରେ ଗୋଟିଏ, ସିକନବାଡ଼ି ବିଦ୍ୟାଳୟରେ ୨ଟି, ଜଙ୍ଗଲ ଘର ବିଦ୍ୟାଳୟରେ୨ଟି ମତଦାନ କେନ୍ଦ୍ର ହୋଇଥିଲା ବାଡ଼ାବାଙ୍ଗା ପଞ୍ଚାୟତରେମୋଟ ୩ହଜାର ୨ଶହ୨୫ଜଣ ଭୋଟର ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ୨ହଜାର ୧୩୬ଜଣ ମତଦାନ କରିଥିଲେ। ହାରାହାରି ବାବେ ୬୬.୨୩ ପ୍ରତିଶତ ମତଦାନ ହୋଇଥିବା ନିର୍ବାଚନ ଅଧିକାରୀ ଶ୍ରୀ ବେହେରା କହିଛନ୍ତି। ସେହିପରି ଗଦାପୁର ପଞ୍ଚାୟତର ୧୨ନମ୍ବର ଓାର୍ଡର ୱାର୍ଡମେମ୍ବର ପଦବୀ ନିମନ୍ତେ ମଧ୍ୟ ଉପନିର୍ବାଚନ ହୋଇଯାଇଛି। ୧୨ନଂ ଓାର୍ଡରେ ୧୯୧ ଜଣ ଭୋଟର ରହିଥିବାବେଳେ ସେମାନଙ୍କମଧ୍ୟରୁ ୧୨୩ଜଣ ମତଦାନ ସାବ୍ୟସ୍ତ କରିଥିଲେ। ସେଠାରେ ହାରାହାରି୬୪.୩୯ ପ୍ରତିଶତ ମତଦାନ ହୋଇଥିବା ସୂଚନା ମିଳିଛି।ସୂଚନା ପ୍ରକାରେ ବାଡ଼ାବାଙ୍ଗା ପଞ୍ଚାୟତର ପୁର୍ବତନ ସରପଞ୍ଚ ଆଶାକର୍ମୀ ନିଯୁକ୍ତ ହେବା ପରେ ସେ ତାଙ୍କ ପଦବୀରୁ ଇସ୍ତଫା ଦେଇଥିଲେ। ସେହିପରି ଗଦାପୁର ପଞ୍ଚାୟତର ୧୨ନଂ ଓାର୍ଡମେମ୍ବରଙ୍କ ମୃତ୍ୟୁ ହେବା ଯୋଗୁଁ ଏହି ଉପନିର୍ବାଚନ ଅନୁଷ୍ଠିତ ହୋଇଛି। ବାଡ଼ାବାଙ୍ଗା ସରପଞ୍ଚ ପଦ ପାଇଁ ୨ଜଣ ପ୍ରତିଦ୍ୱନ୍ଦୀ ନିରୀକା ପ୍ରଧାନ ଏବଂ ନୀଲମ ମଲିକ ପ୍ରତିଦ୍ୱନ୍ଦିତା କରୁଥିଲେ। ସେହିପରି ଗଦାପୁର ପଞ୍ଚାୟତର ୧୨ ନଂ ଓାର୍ଡମେମ୍ବର ପଦବୀ ନିମନ୍ତେ ଗିରିଧର ମାଝି ଓ ଲିଙ୍ଗରାଜ ମାଝୀ ପ୍ରତିଦ୍ୱନ୍ଦିତା କରୁଛନ୍ତି।ଏହି ଉପନିର୍ବାଚନ ପାଇଁ ଦାରିଙ୍ଗବାଡ଼ି ଥାନା ଅଧିକାରୀ କୌଶିକ ମାଝୀଙ୍କ ତତ୍ତ୍ବାବଧାନରେ ପ୍ରତ୍ୟେକ ବୁଥରେ ପୁଲିସ ମୁତୟନ କରାଯାଇଥିବା ବେଳେ ସୁରକ୍ଷାକର୍ମୀମାନଙ୍କୁ ମଧ୍ୟ ନିୟୋଜିତ କରାଯାଇଥିଲା। ଭୋଟଗ୍ରହଣ ସମୟରେ ଦାରିଙ୍ଗବାଡ଼ି ତହସିଲଦାର କଳାକୃଷ୍ଣ ପ୍ରଧାନଙ୍କ ସମେତ ଥାନା ଅଧିକାରୀ ଶ୍ରୀ ମାଝୀ ପ୍ରମୁଖ ବିଭିନ୍ନ ବୁଥ ପରିଦର୍ଶନ କରିଥିଲେ। ଭୋଟଦାନ ସମ୍ପୁର୍ଣ୍ଣ ଶାନ୍ତି ପୁର୍ଣ୍ଣ ଭାବେ ଶେଷ ହୋଇଥିବା ବେଳେ ବୁଧବାର ସକାଳ ୭ଟାପରେ ଭୋଟ ଗଣତି ଆରମ୍ଭ ହେବା ନେଇ ସୂଚନା ମିଳିଛି। ଗତ ମାର୍ଚ୍ଚ ମାସ ୨୦ତାରିଖରେ ଏହି ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଥିବାବେଳେ କରୋନା କଟକଣା ଯୋଗୁଁ ନିର୍ବାଚନ ବାତିଲ ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ